Latest Odisha News

BREAKING NEWS

ସାବଧାନ ! ମନ୍ଥେଇ ନଦୀରେ ବୁଲୁଛି ୨୦ଫୁଟିଆ କୁମ୍ଭୀର

ଭଦ୍ରକ: ବାସୁଦେବପୁର ଅଞ୍ଚଳର ମନ୍ତେଈ ନଈରେ କୁମ୍ଭୀର ଆତଙ୍କଦେଖିବାକୁ ମିଳିଛି  ।  ବାଲିଆପାଳ ଘାଟଠାରୁ ୨କିଲୋମିଟର ଦୂର କାଳଗଦି ଗାଁ ପାଖ ମନ୍ତେଇ ନଈରେ ଏକ ବଡ କୁମ୍ଭୀର ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି  । ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ନଦୀରେ କୁମ୍ଭୀର ବୁଲୁଥିବା ଦେଖି ଆଖପାଖ ଅଞ୍ଚଳର ଲୋକେ ମୋବାଇଲ ମାଧ୍ୟମରେ ଭିଡିଓ କରି ସରପଞ୍ଚଙ୍କ ପାଖକୁ ଖବର ଦେଇଥିଲେ।

କୁମ୍ଭୀରଟିର ଲମ୍ବ ହାରାହାରି ୨୦ଫୁଟ ହେବ ବୋଲି ଅନୁମାନ କରାଯାଉଛି। ଏହି ବ୍ଲକର ପଦ୍ମପୁର , ବାଲିମେଦ ଓ କରଞ୍ଜଅଡିଆ ପଞ୍ଚାୟତର କିଛି ଗାଁ ମନ୍ତେଈ ନଦୀ କୂଳରେ ଅବସ୍ଥିତ । ଏବେ ଏହି ନଈରେ କୁମ୍ଭୀର ଆତଙ୍କ ଦେଖାଦେଇଛି। କେତେବେଳେ କୁମ୍ଭୀର ନଈ କୂଳରେ ଚରୁଥିବା ଗୋରୁଗାଇଙ୍କୁ ଖାଇଦେଉଛି ତ ପୁଣି କେତେବେଳେ ନଈ କୂଳରେ ଚିଙ୍ଗୁଡ଼ି ଚାଷ ହୋଇଥିବା ଆଡିରେ ଶୋଇରହୁଛି। କେତେବେଳେ ଯେ ମଣିଷ ଏହାର ଶିକାର ପାଲଟିବ , ତାହା କେହି କହିପାରିବେ ନାହିଁ ।

ବନବିଭାଗ ପକ୍ଷରୁ ମନ୍ତେଈ ନଦୀ ପାର୍ଶ୍ୱରେ ସୁରକ୍ଷା ବାଡ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି। ଦୁଇ ଦିନ ତଳେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ପାଟପୁରଠାରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇ ଖାଇଦେଇଥିଲା। ମହିଳା ଜଣଙ୍କ ବିରୂପା ନଦୀକୁ ଲୁଗା ଧୋଇବାକୁ ଯାଇଥିଲାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ ।

Leave A Reply

Your email address will not be published.