Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡା ସମାପ୍ତି ପରେ ଶ୍ରୀଲଙ୍କାର ୧୦ ଖେଳାଳି ନିଖୋଜ

ବର୍ମିଂହାମ: ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡାର ଶେଷ ହୋଇଛି । ତେବେ ଏହା ପରେ ୧୦ ଶ୍ରୀଲଙ୍କା ଖେଳାଳି ନିଖୋଜ ହୋଇଛନ୍ତି । ଏଥିରେ ୯ ଖେଳାଳି ଓ ଜଣେ ଅଧିକାରୀ ରହିଛନ୍ତି । ରିପୋର୍ଟ ମୁତାବକ ଦେଶର ଆର୍ଥୀକ ସଙ୍କଟକୁ ଦେଖି ଏମାନେ ଶ୍ରୀଲଙ୍କା ନ ଫେରି ଇଂଲଣ୍ଡରେ ରହିବାକୁ ଚାହୁଁଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡାରେ ଶ୍ରୀଲଙ୍କାର ୫୧ ଅଧିକାରୀଙ୍କ ସହ ୧୬୧ ସଦସ୍ୟ ଦଳ ବର୍ମିଂହାମ ଆସିଥିଲେ । ପ୍ରଥମେ ଶ୍ରୀଲଙ୍କା ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ ହେବା ନେଇ ସଙ୍କଟ ଉପୁଜିଥିଲା । କମନୱେଲଥ ଗେମ୍ସ ମହାସଂଘ ଓ କ୍ରିକେଟ ବୋର୍ଡର ସହାୟତା ଯୋଗୁ ଏଥିରେ ଅଂଶଗ୍ରହଣ କରିପାରିଥିଲେ । ପୂର୍ବରୁ ଓସ୍ଲୋ ରେସଲିଂ ବିଶ୍ୱ ଚାମ୍ପିୟନଶିପରେ ଦଳର ମ୍ୟାନେଜର ନିଖୋଜ ହୋଇଯାଇଥିଲେ । ୨୦୧୪ ଏସିଆନ ଗେମ୍ସ ପରେ ମଧ୍ୟ ୨ ଖେଳାଳିଙ୍କ ପତା ଆଜି ଯାଁଏ ମିଳିନି ।

Leave A Reply

Your email address will not be published.