Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସକୁ ଜାତୀୟ ଛୁଟି ଘୋଷଣା ଦାବି

ଗୁଣପୁର: ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀଙ୍କ ହୁଙ୍କାର । ପାରମ୍ପରିକ ବେଶଭୂଷାରେ ବିରାଟ ପଟୁଆର କରିଛନ୍ତି ଆଦିବାସୀ । ଦାବି କରିଛନ୍ତି ଅଗଷ୍ଟ ୯ ବିଶ୍ୱ ଆଦିବାସୀ ଦିବସ ହେଉ ଜାତୀୟ ସରାକାରୀ ଛୁଟି । ଗୁଣପୁର ଉପଖଣ୍ଡର ଶତାଧିକ ଆଦିବାସୀ ପାରମ୍ପରିକ ବେଶଭୂଷା ଗୁଣୁପୁର ନୂଆ ବସ ଷ୍ଟାଣ୍ଡ ଠାରୁ ଏକ ବିରାଟ ପଟୁଆର କରିଥିଲେ । ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ନାରା ଦେବା ସହ ୧୬ ଦଫା ଦାବିପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେଶ୍ୟରେ ଦେଇଥିଲେ ।

ଗୁଣପୁର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ରାଜେନ୍ଦ୍ର ଚୌଧୁରୀ ଦାବି ପତ୍ର ଗ୍ରହଣ କରିଛନ୍ତି । ଆଦିବାସୀ ସଂଘର୍ଷ ମୋର୍ଚ୍ଚାର ସାଧାରଣ ସମ୍ପାଦକ ତ୍ରିପତି ଗମାଙ୍ଗ କହିଛନ୍ତି, ୯ ଅଗଷ୍ଟକୁ ଜାତୀୟ ଛୁଟି ଘୋଷଣା କରାଯାଉ । ଦଶନ୍ଧି ଦଶନ୍ଧି ଧରି ଆଦିବାସୀ ମାନେ ବାସ କରୁଥିବା ଜଙ୍ଗଲ ଜମିର ପଟ୍ଟା ସେମାନଙ୍କୁ ଦିଆଯାଉ । ଏଥିସହ କଲେରାରେ କାଶୀପୁରରେ ମୃତ୍ୟୁବରଣ କରିଥିବା ପ୍ରତି ଆଦିବାସୀ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.