Latest Odisha News

BREAKING NEWS

ଜୁନ୍ ୧ ଯାଏ ଲକଡାଉନ୍ ଭଳି କଟକଣାକୁ ବଢ଼ାଇଲା ମହାରାଷ୍ଟ୍ର, ବାହାରୁ ଆସିଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟ

ମୁମ୍ବାଇ: କରୋନା ସଂକ୍ରମଣରେ ବ୍ରେକ୍ ଲାଗି ପାରୁନି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ମୁକାବିଲା ପାଇଁ କଟକଣା ବି ବଢ଼ିଲା । ମହାରାଷ୍ଟ୍ରରେ ଆସନ୍ତା ୧ ତାରିଖ ଯାଏ ଲକଡାଉନ୍ ଭଳି କଟକଣା ବଳବତ୍ତର ରହିବ । କଟକଣାକୁ ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ବୃଦ୍ଧି କରିଛନ୍ତି ମହାରାଷ୍ଟ୍ର ସରକାର ।

ମହାରାଷ୍ଟ୍ରକୁ ଆସିଲେ ଏଣିକି ଆରଟିପିସିଆର ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ । ୪୮ ଘଣ୍ଟା ଭିତରେ ଟେଷ୍ଟ ରିପୋର୍ଟ ଥିଲେ ପ୍ରବେଶ ଅନୁମତି ମିଳିବ । ମାଲ ଗାଡ଼ିରେ ଦୁଇ ଜଣରୁ ଅଧିକ ଯାଇ ପାରିବେ ନାହିଁ । ସ୍ଥାନୀୟ ପ୍ରଶାସନ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକଣାକୁ ଅଧିକ କଡ଼ାକଡ଼ି କରିପାରିବେ । ଅତ୍ୟାବଶ୍ୟକ ସେବା ପୂର୍ବ ଭଳି ଜାରି ରହିବ ।

ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୪୮ହଜାରରୁ ଅଧିକ । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୬୦ହଜାରରୁ ଅଧିକ ଆକ୍ରାନ୍ତ । ରାଜ୍ୟରେ କରୋନା ନେଇଚି ୭୮ ହଜାର ଆକ୍ରାନ୍ତଙ୍କ ଜୀବନ ।

Leave A Reply

Your email address will not be published.