Latest Odisha News

BREAKING NEWS

ସପ୍ତପାତୃକା ବେଶରେ ମା’, ଷଷ୍ଠ ଦିନରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକ ର ଆରାଧ୍ୟ ଦେବି ମାଆ ଭଦ୍ରକାଳୀ ସକଳ ଶକ୍ତିର ଆଧାର । ସେ ଆଦ୍ୟାଶକ୍ତି, ସର୍ବବ୍ୟାପିନି, ପରମା ବିଦ୍ୟା ମହାମାୟା ଓ ପରଂବ୍ରହ୍ମ ରୂପିଣୀ । ମାଆ ଶାନ୍ତ, ପୁଣି ସୌମ୍ୟା ଓ ପରମବୈଷ୍ଣବୀ । ମାଆ ପୀଠରେ ସଦାସର୍ବଦା ବିଶ୍ଵମାତା ବେଶରେ ପୂଜା ପାଇଥାନ୍ତି । ହେଲେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପରମବୈଷ୍ଣବୀ ମା କାଳୀ କାଳୀପୂଜା ଅବସରରେ ସପ୍ତମାତୃକା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ।

ଆଜି ସପ୍ତମାତୃକା ବେଶର ଷଷ୍ଠ ଦିନ । ଷଷ୍ଠ ଦିନ ପୂଜାରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ ଭଦ୍ରକାଳୀଙ୍କ ପୀଠ । ସକାଳ ସମୟରେ ପହଡ଼ ଖୋଲିବା ପରେ ମା’ଙ୍କର ସକାଳ ରୀତିନୀତି ଅନୁଯାୟୀ ପୂଜା ଶେଷ ହୋଇଥିଲା । ପରେ ମା’ ମହାସରସ୍ଵତୀ ବେଶ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ।

ମାଆଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଭକ୍ତ ମାନଙ୍କର ଭିଡ଼ ଦେଖିବାକୁ ମିଳିଛି । ମାଆ ହେଉଛନ୍ତି ବିଦ୍ୟାଧାତ୍ରୀ, ମାଆଙ୍କର ଏହି ମହା ସରସ୍ବତୀ ବେଶକୁ ଦର୍ଶନ କଲେ ବିଦ୍ୟା, ବୁଦ୍ଧି ମିଳିଥାଏ ବୋଲି ବିଶ୍ୱାସ ରହିଛି । ମାଆଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ସହ ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ ଓ ନାମ ସଂକୀତ୍ତର୍ନ ମଧ୍ୟରେ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ମାଆଙ୍କ ପୀଠ । ଚଳିତବର୍ଷ ପୀଠରେ ଆକର୍ଷଣୀୟ ସାଜସଜ୍ଜା ଭକ୍ତ ମାନଙ୍କୁ ବେଶ ଆକୃଷ୍ଟ କରି ପାରିଛି ।

 

Leave A Reply

Your email address will not be published.