ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ମହାତ୍ମା ଗାନ୍ଧୀ ଗ୍ୟାଲେରୀ ଉନ୍ମୋଚିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଂଗ୍ରହାଳୟର ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ ଅତିଥି ଭାବରେ ଯୋଗ ଦେଇଥିଲେ ।ଏହି ଗ୍ୟାଲେରୀରେ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତର ଆଠଟି ମ୍ୟìରାଲ୍ ପେଣ୍ଟିଂ ରହିଛି । ମହାତ୍ମା ଗାନ୍ଧୀ କେତେଥର ଓଡ଼ିଶା ଆସିଥିଲେ, କେଉଁଠିକୁ ଆସିଥିଲେ, କ’ଣ କହିଥିଲେ ସେ ବିଷୟରେ ଉଲ୍ଲେଖ ରହିଛି । ଗ୍ୟାଲେରୀର ମୁଖ୍ୟ ଦ୍ୱାରରେ ସାବରମତୀ ଆଶ୍ରମ ଏବଂ ଅରଟ ରଖାଯାଇଛି । କାଦୁଆ ଆଶ୍ରମର ଅବିକଳ ନକଲ କରାଯାଇ ଅରଟ ଓ ଗାନ୍ଧିଜୀଙ୍କର ପ୍ରତିମୂର୍ତ୍ତି ରଖାଯାଇଅଛି । ଗାନ୍ଧିଜୀଙ୍କର ବିଭିନ୍ନ ହିତବାଣୀ ଏବଂ ବିଭିନ୍ନ ସ୍ଥାନରେ ସେ ଦେଇଥିବା ଅଭିଭାଷଣ ଓ ଜନତାଙ୍କ ସହ ବାର୍ତ୍ତାଳାପ ସମ୍ପର୍କିତ ପେପର କଟିଂ ମଧ୍ୟ ଏହି ଗ୍ୟାଲେରୀରେ ସ୍ଥାନ ପାଇଅଛି ।
ଏହି ଗ୍ୟାଲେରୀର ସର୍ବାଙ୍ଗ ସୌନ୍ଦର୍ଯ୍ୟକରଣ, ପ୍ରତ୍ୟେକ ମ୍ୟìରାଲ୍, ତୈଳଚିତ୍ର ତଥା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଅନୁଧ୍ୟାନ କରିବା ପାଇଁ ବିଶିଷ୍ଟ ଗାନ୍ଧିବାଦୀ ପ୍ରହ୍ଲାଦ କୁମାର ସିଂହ, ନିହାର ରଞ୍ଜନ ପଟ୍ଟନାୟକ, ରାମହରି ଜେନା, ସଂଗ୍ରାମ ଜେନା ପ୍ରମୁଖକୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂଗ୍ରହାଳୟର ଅଧୀକ୍ଷକ ଭାଗ୍ୟଲିପି ମଲ୍ଲ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ଏବଂ କ୍ୟìରେଟର ଭାରତୀ ପାଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.