Latest Odisha News

BREAKING NEWS

ନିର୍ମାତା-ନିର୍ଦ୍ଦେଶକ ମହେଶ ମଞ୍ଜରେକରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ବ୍ୟକ୍ତି

ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ମାତା-ନିର୍ଦ୍ଦେଶକ ମହେଶ ମଞ୍ଜରେକର ଅଡୁଆରେ ପଡ଼ିଯାଇଛନ୍ତି। ତାଙ୍କ ବିରୋଧରେ ଜଣେ ବ୍ୟକ୍ତି ମାର୍‌ପିଟ୍‌ କରିଥିବା ଅଭିଯୋଗ ଆଣିଛନ୍ତି। ଏହି କାରଣରୁ ମହାରାଷ୍ଟ୍ରର ୟାବତ୍‌ ପୋଲିସ ଷ୍ଟେସନରେ ମହେଶ ମଞ୍ଜରେକରଙ୍କ ବିରୋଧରେ ଅଭିଯୋଗ ହୋଇଛି। ସଡ଼କ ରାଗ ପାଇଁ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ରିପୋର୍ଟ ଅନୁଯାୟୀ ମହେଶ ମଞ୍ଜରେକରଙ୍କ କାର ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ଯାହା ପରେ ଅଭିନେତା କେବଳ ଅପଶବ୍ଦ ବ୍ୟବହାର କରିନଥିଲେ ବରଂ ସେହି ବ୍ୟକ୍ତିଙ୍କ ଉପରେ ଆକ୍ରମଣ ମଧ୍ୟ କରିଥିଲେ। ଏହି ଘଟଣା ଶୁକ୍ରବାର ରାତିରେ ହୋଇଛି। ରାତି ପ୍ରାୟ ୧୦.୩୦ ସମୟରେ ପୁଣେ-ସୋଲାପୁର ରାଜପଥରେ ମହେଶଙ୍କ କାର ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା। ଏହା ପରେ ମହେଶ ମଞ୍ଜରେକର କାରରୁ ଓହ୍ଲାଇ ଅନ୍ୟ କାରରେ ବସିଥିବା ବ୍ୟକ୍ତିଙ୍କ ସହ ପାଟିତୁଣ୍ଡ କରିଥିଲେ।

ଅଭିନେତା ସେହି ବ୍ୟକ୍ତି ଜଣଙ୍କୁ ଦୁର୍ବ୍ୟବହାର କରିବା ସହ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ପୋଲିସ ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗକୁ ପଞ୍ଜୀକୃତ କରି ମାମଲାର ତଦନ୍ତ ଆରମ୍ଭ କରିଛି। 
Leave A Reply

Your email address will not be published.