Latest Odisha News

ପାକିସ୍ତାନକୁ ବଡ ଝଟକା, ଏଫଏଟିଏଫ ଗ୍ରେ ଲିଷ୍ଟରେ ରଖିଲା

ନୂଆଦିଲ୍ଲୀ: ପାକିସ୍ତାନକୁ ଶୁକ୍ରବାର ବଡ ଝଟକା ଲାଗିଛି । ଆତଙ୍କବାଦୀ ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ଉପରେ ନଜର ରଖୁଥିବା ଫାଇନାନ୍ସିଆଲ ଆକ୍ସନ ଟ୍ୟାକ୍ସ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ପୁନର୍ବାର ଗ୍ରେ ଲିଷ୍ଟରେ ରଖିଛି । ଇମ୍ରାନ ଖାଁଙ୍କ ସରକାର ଆତଙ୍କବାଦୀ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏଫଏଟିଏଫ କହିଛି । ବୈଠକରେ ଭାରତ ଜୈଶ ଇ ମହମ୍ମଦ ମୁଖ୍ୟ ମାସୁଦ ଆଝାର, ଲଶ୍ମର ଇ ତୋଇବା ଅପରେଶନ କମାଣ୍ଡର ଜାକିଉର ରହେମାନ ଲଖବୀ ଓ ଦାଉଦ ଇବ୍ରାହିମଙ୍କ ପରି ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଭୂସ୍ୱର୍ଗ ପାଲଟିଛି ବୋଲି କହିଛି ।

ସେହିପରି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଭାରତ ମଧ୍ୟକୁ ପଠାଇବା ପାଇଁ ପାକିସ୍ତାନ ପକ୍ଷରୁ ୩୮୦୦ ଥର ସିଜଫାୟାର ଉଲ୍ଲଂଘନ କରାଯାଇଛି ବୋଲି ଡାଟା ଦେଇଥିଲା । ୨୦୧୮ ଜୁନରେ ପାକିସ୍ତାନକୁ ଏଫଏଟିଏଫ ଗ୍ରେ ଲିଷ୍ଟରେ ସାମିଲ କରିଥିଲା ।

Comments are closed.