Latest Odisha News

BREAKING NEWS

ଭାରତ ଯୋଡ଼ୋ ଯାତ୍ରା ବେଳେ ସୁରକ୍ଷାରେ ତ୍ରୁଟି: ଭିଡଠେଲି ପଶି ଆସି ରାହୁଲଙ୍କୁ କୁଣ୍ଢାଇ ପକାଇଲେ

ଚଣ୍ଡିଗଡ:ପଞ୍ଜାବ ହୋଶିଆର ପୁରରେ ଭାରତ ଯୋ୍ଡ଼ୋ ଯାତ୍ରା ସମୟରେ ପୁଣି ରାହୁଲ ଗାନ୍ଧିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ପଶି ଆସିଲେ ଏବଂ ରାହୁଲଙ୍କୁ କୁଣ୍ଢାଇକୁ ଚେଷ୍ଟା କରିଥିଲେ । ତେବେ ଅନ୍ୟ କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ତାଙ୍କୁ ଟାଣି ଆଣିଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହୋଇଛି।

ଅନଲାଇନରେ ଶେୟାର କରାଯାଇଥିବା ଭିଡିଓରୁ ଏକଥା ସ୍ପଷ୍ଟ ହୋଇଛି ଯେ, ରାହୁଲ ନିଜର କର୍ମକର୍ତ୍ତାଙ୍କ ସହ ଭାରତ ଯୋଡୋ ଯାତ୍ରାରେ ଚାଲିଛନ୍ତି । ଏହି ସମୟରେ ହୁଡି ପିନ୍ଧିଥିବା ଜଣେ ବ୍ୟକ୍ତି ତାଙ୍କ ଗଳାରେ ଲଗାଇଥିଲେ । ରାହୁଲଙ୍କୁ ଗଳାରେ ଲଗାଇବା କ୍ଷଣି ତାଙ୍କୁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ତୁରନ୍ତ ଟାଣି ଆଣିଥିଲେ ।

ଏଠାରେ କହିରଖିବୁ, କିଛି ଦିନ ତଳେ  ଭାରତ ଯୋଡୋ ଯାତ୍ରାରେ ରାହୁଲ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନୁଗୋପାଲ ।  ରାହୁଲ ଗାନ୍ଧିଙ୍କ ସୁରକ୍ଷା ନିଶ୍ଚିତ କରିବାକୁ  କଂଗ୍ରେସ ସାଧାରଣ ସମ୍ପାଦକ  ଅମିତ ଶାହଙ୍କୁ ଚିଠି ଲେଖଥିଲେ। ଏହି ଚିଠି ପରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ପକ୍ଷରୁ ଏହାର ସ୍ପଷ୍ଟୀକରଣ ରଖାଯା‌ଇଥିଲା।

ସିଆରପିଏଫ ପକ୍ଷରୁ କୁହାଯାଇଥିଲା, ସିଆରପିଏଫ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା  ଯୋଗାଇ ଦିଆଯାଇଥିଲା।  ତାଙ୍କ ପାଇଁ ଯଥେଷ୍ଟ ପୁଲିସ କର୍ମଚାରୀ  ନିୟୋଜିତ କରାଯାଇଥିଲା। ତାଙ୍କ ସୁରକ୍ଷାରେ ତ୍ରୁଟି କରାଯାଇ ନାହିଁ।

 

ରାହୁଲ ସୁରକ୍ଷା ପ୍ରୋଟକଲ ବାରମ୍ବାର ଭାଙ୍ଗୁଥିବା ଅଭିଯୋଗ କରି ସିଆରପିଏଫ ପକ୍ଷରୁ କୁହାଯାଇଥିଲା । ସିଆରପିଏଫର କହିବା ଅନୁଯାୟୀ,  ପ୍ରାେଟକଲ ଅନୁସାରେ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ରାହୁଲଙ୍କ ପାଇଁ କରାଯାଇଥିଲା । ହେଲେ ସେ ନିଜେ ଏକାଧିକବାର ଏହାର ଗାଇଡଲାଇନ ଭାଙ୍ଗିଛନ୍ତି । ଆଉ ଏ ସମ୍ପର୍କରେ ତାଙ୍କୁ ମଧ୍ୟ ବାରମ୍ବାର ସୂଚନା ଦିଆଯାଇଥିଲା ।

ପାର୍ଲାମେଣ୍ଟାାରୀ ଫୋର୍ସର କହିବା ଅନୁଯାୟୀ, ଭାରତ ଯୋଡୋ ଯାତ୍ରାରେ ନୁହେଁ, ୨୦୨୦ରେ ମଧ୍ୟ ରାହୁଲ ୧୧୩ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଛନ୍ତି ।

Comments are closed.