Latest Odisha News

BREAKING NEWS

ମାର୍ଚ୍ଚ ୨୪ରେ ଆସିବ ‘ସୂର୍ଯ୍ୟବଂଶୀ’, ଭିଡିଓ ସେୟାର କଲେ ଅକ୍ଷୟ

ମୁମ୍ବାଇ: ଘୋଷଣା ହୋଇଛି ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ଡେଟ । ପୂର୍ବରୁ ଏହି ଫିଲ୍ମର ରିଲିଜ ୨୭ ମାର୍ଚ୍ଚରେ ହେବ ବୋଲି ଘୋଷଣା ହୋଇଥିଲା । ଏବେ କିନ୍ତୁ ଏହା ୩ ଦନ ପୂର୍ବରୁ ଅର୍ଥାତ ୨୪ ମାର୍ଚ୍ଚରେ ରିଲିଜ ହେବ । ଏନେଇ ଅଭିନେତା ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।

ଏହି ଭିଡିଓରେ ଫିଲ୍ମ ‘ସିମ୍ବା’ର ରଣବୀର ସିଂହ, ‘ସିଂଘମ’ର ଅଜୟ ଦେବଗନ ଓ ‘ସୂର୍ଯ୍ୟବଂଶୀ’ର ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି । ଛୋଟ ଛୋଟ ପିଲାମାନେ ଏହି ୩ ଜଣଙ୍କ ପାଖକୁ ଏକ କାଗଜ ନେଇ ଯାଉଛନ୍ତି । ସେଥିରେ ଫିଲ୍ମର ରିଲିଜ ତାରିଖ ମାର୍ଚ୍ଚ ୨୪ ଲେଖାଯାଇଛି । ଆଉ ଏଇଥିପାଇଁ ୩ ଜଣ ଯାକ ମଂଜୁରୀ ଦେଇଛନ୍ତି ।
ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ପିଲ୍ମର ଲିଡ ରୋଲରେ ଅକ୍ଷୟ କୁମାର ଥିବାବେଳେ ତାଙ୍କ ଅପଜିଟରେ ଅଛନ୍ତି କ୍ୟାଟ୍ରିନା କୈଫ । ପ୍ରାୟ ୯ ବର୍ଷ ପରେ ଏହି ଫିଲ୍ମ ଜରିଆରେ ପୁଣି ଥରେ ଅକ୍ଷୟ-କ୍ୟାଟ୍ରିନାଙ୍କୁ ଦର୍ଶକେ ଦେଖିବାକୁ ପାଇବେ । ଅନ୍ୟପଟେ ଏହି ଫିଲ୍ମରେ ଅଜୟ ଓ ରଣବୀରଙ୍କ ମଧ୍ୟ ସ୍ପେଶାଲ ରୋଲ୍ ରହିଛି । ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଏଟିଏସ ଚିଫ ଭୂମିକାରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.