ମୁମ୍ବାଇ: ଘୋଷଣା ହୋଇଛି ବଲିଉଡର ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ଡେଟ । ପୂର୍ବରୁ ଏହି ଫିଲ୍ମର ରିଲିଜ ୨୭ ମାର୍ଚ୍ଚରେ ହେବ ବୋଲି ଘୋଷଣା ହୋଇଥିଲା । ଏବେ କିନ୍ତୁ ଏହା ୩ ଦନ ପୂର୍ବରୁ ଅର୍ଥାତ ୨୪ ମାର୍ଚ୍ଚରେ ରିଲିଜ ହେବ । ଏନେଇ ଅଭିନେତା ଅକ୍ଷୟ କୁମାର ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ସୂଚନା ଦେଇଛନ୍ତି ।
ଏହି ଭିଡିଓରେ ଫିଲ୍ମ ‘ସିମ୍ବା’ର ରଣବୀର ସିଂହ, ‘ସିଂଘମ’ର ଅଜୟ ଦେବଗନ ଓ ‘ସୂର୍ଯ୍ୟବଂଶୀ’ର ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଛି । ଛୋଟ ଛୋଟ ପିଲାମାନେ ଏହି ୩ ଜଣଙ୍କ ପାଖକୁ ଏକ କାଗଜ ନେଇ ଯାଉଛନ୍ତି । ସେଥିରେ ଫିଲ୍ମର ରିଲିଜ ତାରିଖ ମାର୍ଚ୍ଚ ୨୪ ଲେଖାଯାଇଛି । ଆଉ ଏଇଥିପାଇଁ ୩ ଜଣ ଯାକ ମଂଜୁରୀ ଦେଇଛନ୍ତି ।
ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ପିଲ୍ମର ଲିଡ ରୋଲରେ ଅକ୍ଷୟ କୁମାର ଥିବାବେଳେ ତାଙ୍କ ଅପଜିଟରେ ଅଛନ୍ତି କ୍ୟାଟ୍ରିନା କୈଫ । ପ୍ରାୟ ୯ ବର୍ଷ ପରେ ଏହି ଫିଲ୍ମ ଜରିଆରେ ପୁଣି ଥରେ ଅକ୍ଷୟ-କ୍ୟାଟ୍ରିନାଙ୍କୁ ଦର୍ଶକେ ଦେଖିବାକୁ ପାଇବେ । ଅନ୍ୟପଟେ ଏହି ଫିଲ୍ମରେ ଅଜୟ ଓ ରଣବୀରଙ୍କ ମଧ୍ୟ ସ୍ପେଶାଲ ରୋଲ୍ ରହିଛି । ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଏଟିଏସ ଚିଫ ଭୂମିକାରେ ଦେଖିବାକୁ ମିଳିବ ।
BREAKING NEWS
- କଂଗ୍ରେସ ମହାରାଲି ପାଇଁ ଗ୍ରୀନ୍ ସିଗନାଲ୍: ମିଳିଲା NOC, କମ୍ପିବ ରାମଲୀଳା ମଇଦାନ
- RG Kar Case: ସନ୍ଦୀପ ଘୋଷଙ୍କ ଜାମିନକୁ ନେଇ ତେଜିଲା ରାଜନୈତିକ ହଇଚଇ, CBI ଭୂମିକା ଉପରେ ଉଠିଲା ପ୍ରଶ୍ନ
- କ୍ରିକେଟ୍ର ନୂଆ ଫର୍ମାଟ୍: ଟେଷ୍ଟ ଟ୍ୱେଣ୍ଟି
- ଅଭିଜିତ ଦୀପକେଙ୍କୁ ସର୍ତ୍ତମୂଳକ ଜାମିନ, ଶାନ୍ତି ବଜାୟ ରଖିବା ପାଇଁ ପିସ୍ ବଣ୍ଡ ସ୍ୱାକ୍ଷର
- ମୁମ୍ବାଇ ଇଣ୍ଡିଆନ୍ସ ହେଡ୍ କୋଚ୍ ପଦ ଛାଡ଼ିଲେ ମାହେଲା ଜୟବର୍ଦ୍ଧନେ
- ଟିମ୍ ଇଣ୍ଡିଆକୁ ଆଉ ଫେରିବେ ନାହିଁ ରବୀନ୍ଦ୍ର ଜାଡେଜା ? ୨୦୨୭ ବିଶ୍ୱକପ୍ ଯୋଜନାକୁ ନେଇ ବଡ଼ ଖୁଲାସା
- ବିସିସିଆଇ ସିନିୟର୍ ସିଲେକ୍ସନ୍ କମିଟି: ଅଗରକରଙ୍କ ସ୍ଥାନ ନେଇପାରନ୍ତି ରମେଶ ପାୱାର
- ଶ୍ରୀଲଙ୍କାରେ ବଡ଼ଧରଣର ବିଦ୍ୟୁତ୍ ସଙ୍କଟ : ଦେଶବ୍ୟାପୀ ବ୍ଲାକ୍ଆଉଟ୍
- Infiltration bid foiled:କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ୨ ଆତଙ୍କବାଦୀ ନିହତ
- Woman Slaps CRPF: ଚାପୁଡା ମାରିଲେ, ଦୁର୍ବ୍ୟବହାର କଲେ…ତ୍ରିରଙ୍ଗା ମାର୍ଚ୍ଚରେ ହଙ୍ଗାମା! CRPF ଯବାନଙ୍କୁ ଚାପୁଡ଼ା ମରା ଭିଡିଓ ଜାରି କଲା ଦିଲ୍ଲୀ ପୋଲିସ

Comments are closed.