Latest Odisha News

BREAKING NEWS

ଭିଜା ମିଳିଲାନି, ଅଷ୍ଟ୍ରେଲିଆ ଯାଇପାରିବେନି କୂଲଦୀପ ଓ ଉମରାନ

ନୂଆଦିଲ୍ଲୀ: ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଦୃଷ୍ଟି ଆକର୍ଷଣ କରିଥିବା ଉମରାନ ମଲିକ ଓ କୁଲଦୀପ ସେନଙ୍କୁ ଅଷ୍ଟ୍ରେଲିଆ ଯିବା ପାଇଁ ଭିଜା ମିଳିପାରିନି । ଟି୨୦ ବିଶ୍ୱକପ ପାଇଁ ଏହି ୨ ଖେଳାଳିଙ୍କୁ ନେଟ ବୋଲର ଭାବେ ଚୟନ କରାଯାଇଥିଲା । ଟିମ ଇଣ୍ଡିଆର ୧୫ ଖେଳାଳିଙ୍କ ଅଭ୍ୟାସ ପାଇଁ ୪ଜଣ ପେସ ବୋଲରଙ୍କୁ ବଛା ଯାଇଥିଲା । ଏମାନେ ହେଲେ ଉମରାନ ମଲିକ, କୂଲଦୀପ ସେନା,ଚେତନ ସାକାରିଆ ଓ ମୁକେଶ ଚୌଧୁରୀ । ସାକାରିଆ ଓ ମୁକେଶ ଅନ୍ୟ ଭାରତୀୟ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆରେ ପଂହଚି ସାରିଛନ୍ତି । ସେଠାରେ ସେମାନେ ଅଭ୍ୟାସ ବି ଆରମ୍ଭ କରି ଦେଇଛନ୍ତି ।

ବିସିସିଆଇ ମଧ୍ୟ ଏହି ୨ ଖେଳାଳିଙ୍କୁ ଆଉ ଅଷ୍ଟ୍ରେଲିଆ ନ ପଠାଇବା ପାଇଁ ନିଷ୍ପତି ନେଇସାରିଛି । ସେମାନଙ୍କ ସ୍ଥାନରେ ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଅଷ୍ଟ୍ରେଲିଆ ଯିବେ । ନିୟମ ମୁତାବକ ଟିମର ୧୫ ପ୍ରମୁଖ ଖେଳାଳି ଏବଂ ରିଜର୍ଭ ଖେଳାଳିଙ୍କ ପାଇଁ ତୁରନ୍ତ ଭିଜା ପ୍ରଦାନ ବ୍ୟବସ୍ଥା କରାଯାଇଛି । ତେବେ ନେଟ ବୋଲରଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇନି ।

Leave A Reply

Your email address will not be published.