Latest Odisha News

BREAKING NEWS

ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବର ହିଂସା କାଣ୍ଡ ଭିଆଇଥିବା ସୂଚନା ମିଳିଛି। ଅପହରଣ ପରେ ଯବାନଙ୍କୁ ଗୁଳି କରି ହତ୍ୟା କଲେ ଲାଲବାହିନୀ । ସୋନୁ ପୁନମ ନାମକ ଜଣେ ଡିଆରଜି ଜବାନ ଗତକାଲି ରାତିରେ ମୋଟର ସାଇକେଲ ଯୋଗେ ନିଜ ଶ୍ବଶୁର ଘରକୁ ଯାଇଥିବା ସମୟରେ ନକ୍ସଲ ମାନେ ପୋନ୍ଦୁମ ଜଙ୍ଗଲ ରାସ୍ତାରୁ ତାଙ୍କୁ ଅପହରଣ କରିଥିଲେ । ହେଲେ ଆଜି ସକାଳେ କେସକୁତୁଲ ଜଙ୍ଗଲରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ସୁଚନା ଦେଇଛନ୍ତି ବିଜାପୁର ଏସପି କୋମଲ ଲୋଚନ କାଶ୍ୟବ ।

Leave A Reply

Your email address will not be published.