Latest Odisha News

BREAKING NEWS

୧୦ ଗୁଣା ବଢିଛି ନକଲି ଟିକା ପ୍ରମାଣପତ୍ରର କଳାବଜାରି

ନୂଆଦିଲ୍ଲୀ: ହୁ ସ୍ପଷ୍ଟ କରିଛି ଯେ ଡେଲଟା ଭାରିଆଣ୍ଟ ୧୮୫ ଟି ଦେଶରେ କାୟା ବିସ୍ତାର କରିସାରିଲାଣି। ତେବେ ଏହା ଭିତରେ ଆଉ ଏକ ଗୁରୁତର ସମସ୍ୟା ହେଉଛି ନକଲି ଟିକା ପ୍ରମାଣପତ୍ର।

କରୋନା ବିରୋଧୀ ଏହି ଲଢେଇରେ ଟିକାକରଣ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି। କିନ୍ତୁ ନକଲି ଟିକା ପ୍ରମାଣପତ୍ରର କଳାବଜାରି ଏକ ବଡ଼ ବିପଦ ସୃଷ୍ଟି କରୁଛି। ଏହା କେବଳ ଅପରାଧ ନୁହେଁ, ଏକ ନକଲି ପ୍ରମାଣପତ୍ର ଆଖପାଖର ସମସ୍ତଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ କ୍ଷୁର୍ଣ୍ଣ କରିଥାଏ।

ୱିଅନ୍‌ର ଏକ ରିପୋର୍ଟ ଅନୁଯାୟୀ, ସଫ୍ଟୱେର୍ କମ୍ପାନୀ ଚେକ୍ ପଏଣ୍ଟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ, ଯାହା ନକଲି ଟିକା ପ୍ରମାଣପତ୍ର ପାଇଁ କଳା ବଜାର ଉପରେ ନଜର ରଖିଛି। ଏହି କଳାବଜାରି ପୃଥିବୀର ୨୯ ଟି ଦେଶକୁ ବିସ୍ତାର କରିଛି। ଏଥିମଧ୍ୟରୁ ନଅ ପ୍ରମୁଖ ଦେଶ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଅଷ୍ଟ୍ରିଆ, ବ୍ରାଜିଲ, ଲାଟଭିଆ, ଲିଥୁଆ, ମାଲ୍ଟା, ପର୍ତ୍ତୁଗାଲ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ୟୁଏଇ।

ରିପୋର୍ଟ ଅନୁଯାୟୀ, ଚେକ୍ ପଏଣ୍ଟ ରିସର୍ଚ୍ଚ (ସିପିଆର) ଦାବି କରିଛି ଯେ ମେସେଜିଂ ଆପ୍ ଟେଲିଗ୍ରାମରେ ଅଗଷ୍ଟ ୧୦ ରେ ପ୍ରାୟ ୧୦୦୦ ବିକ୍ରେତା ନକଲି କୋଭିଡ ଟିକା ପ୍ରମାଣପତ୍ରର ବିକ୍ରେତା ଥିଲେ। କିନ୍ତୁ ବର୍ତ୍ତମାନ, ଏହା ୧୦,୦୦୦ ରୁ ଅଧିକ ବୃଦ୍ଧି ପାଇଛି। ନକଲି ଟିକା ପ୍ରମାଣ ପତ୍ରର କଳାବଜାରି ୧୦ ଗୁଣା ବୃଦ୍ଧି ପାଇଛି।

Leave A Reply

Your email address will not be published.