Latest Odisha News

BREAKING NEWS

ରାଜମଣ୍ଡେଇ ଯାତ୍ରାରେ ପିଠିରେ ଚାବୁକ ମାଡ଼ କରି ନୃତ୍ୟ କଲେ କ୍ୟାବିନେଟ ମନ୍ତ୍ରୀ  

ମାଲକାନଗିରି : ସୁକମା ଜିଲ୍ଲାରେ ରାଜମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜମଣ୍ଡେଇ ଯାତ୍ରାରେ ଦେବୀ ମା ଙ୍କୁ ସନ୍ତୁଷ୍ଟ କରିବା ଲାଗି ଖୋଲା ଦେହରେ ନିଜ ପିଠିରେ ଚାବୁକ ମାଡ଼ କଲେ ମନ୍ତ୍ରୀ ।

ସୂଚନା ମୁତାବକ, ପ୍ରତି ୧୨ ବର୍ଷରେ ଥରେ ସୁକମା ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ରାଜମଣ୍ଡେଇ ଯାତ୍ରାରେ ରାମା ରାମିନର ଦେବୀ ଚିନ୍ତି ପିଣ୍ଟିନ ମାତାଙ୍କ ସହ ପଡୋଶୀ ରାଜ୍ୟ ଆନ୍ଧ୍ର ଓ ଓଡିଶା ଅଞ୍ଚଳର ସମସ୍ତ ଦେବୀ ଦେବତା ଏହି ଯାତ୍ରାରେ ପୁଜା ପାଆନ୍ତି । ତେବେ ଆଦିବାସୀ ପରମ୍ପରା ଅନୁଯାୟୀ ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଅନେକ ଶ୍ରଦ୍ଧାଳୁ ବିଭିନ୍ନ ମାନସିକ କରି ଥାଆନ୍ତି  । ଆଉ ମାନସିକ ପୂରଣ ହେବା ପରେ ମାତାଙ୍କ ପାଖରେ କାଳେସୀ ନୃତ୍ୟ କରନ୍ତି । ଏହି ସମୟରେ ଛତିଶଗଡ଼ର ଅବକାରୀ ମନ୍ତ୍ରୀ କାବାସୀ ଲାଖମା ମଧ୍ୟ ଅନ୍ୟ ଶ୍ରଦ୍ଧାଳୁଙ୍କ ଭଳି କାଳେସି ନୃତ୍ୟ କରିବା ସହ ଖୋଲା ଦେହରେ ଚାବୁକ ପ୍ରହାର କରିଥିଲେ । ଯାହାକୁ ଦେଖି ଉପସ୍ଥିତ ଅନ୍ୟ ଭକ୍ତ ମାନେ ମଧ୍ୟ ବେଶ୍‌ ଖୁସି ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.