Latest Odisha News

BREAKING NEWS

ନନ୍ଦିଗ୍ରାମରୁ ନାମାଙ୍କନପତ୍ର ଦାଖଲ କଲେ ମମତା

ନୂଆଦିଲ୍ଲୀ: ବଙ୍ଗଳା ବିଧାନସଭା ନିର୍ବାଚନ ପାଇଁ ବେଙ୍ଗଲ ସିଏମ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନନ୍ଦିଗ୍ରାମରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମମତା ବୁଧବାର ସକାଳେ ନନ୍ଦିଗ୍ରାମର ଏକ ଶିବଙ୍କ ମନ୍ଦିରରେ ପୂଜାପାଠ କରିଥିଲେ।

ଦଳର ସାଧାରଣ ସମ୍ପାଦକ ସୁବ୍ରତ ବକ୍ସିଙ୍କ ସହ ବାନାର୍ଜୀ ଦୁଇ କିଲୋମିଟର ରୋଡ୍ ସୋରେ ଭାଗ ନେବା ପରେ ହଲଦିଆ ଉପ-ବିଭାଗୀୟ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।

ମାର୍ଚ୍ଚ ୫ରେ ଟିଏମସି ଏହାର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲା। ଏହାସହିତ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଘୋଷଣା କରିଥିଲେ ଯେ ସେ ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ।

ଟିଏମସି ମୁଖ୍ୟ ଏପର୍ଯ୍ୟନ୍ତ ଭବାନୀପୁର ନିର୍ବାଚନମଣ୍ଡଳୀରୁ ମତଦାନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Leave A Reply

Your email address will not be published.