Latest Odisha News

BREAKING NEWS

ଆଜି ପୁରୀ ଗସ୍ତରେ ଯିବେ ମମତା ବାନାର୍ଜୀ !

ପୁରୀ: ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ ବୁଧବାର ଦିନ ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ ଲାଗି ଯିବେ ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ମଙ୍ଗଳବାର ଦିନ ସକାଳ ୯ଟାରେ ମମତା ପହଞ୍ଚିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାଙ୍କୁ ସ୍ୱାଗତ କରିଥିଲେ ।

ଗଣମାଧ୍ୟମକୁ ସୂଚନା ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ସେ ଗୁରୁବାର ଦିନ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ।

ମମତାଙ୍କ ପୁରୀ ଗସ୍ତ ବେଳେ ବଳିଆପଣ୍ଡା ହୋଟେଲରେ ଜିଲ୍ଲା ପ୍ର।।ସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ମମତା ରହିବା ନେଇ ସୂଚନା ମିଳିଛି ।

ଡିସିପି କ୍ଷୀରସାଗର ନାୟକ କହିଛନ୍ତି “ ତାଙ୍କ ସୁରକ୍ଷା ଲାଗି ଅତିରିକ୍ତ ଏସପି ପାହ୍ୟାର ଜଣେ ଅଧିକାରୀ, ୩ ଡିଏସପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ଥିବା ବେଳେ ୩ ପ୍ଲାଟୁନ୍ ପୋଲିସ ବଳକୁ ମୁତୟନ କରାଯାଇଛି” ।

ସେହିପରି ଫେବୃଆରୀ ୨୮ ତାରିଖରେ ହେବାକୁ ଥିବା ଇଷ୍ଟର୍ଣ୍ଣ ଜୋନାଲ୍ କାଉନସିଲ୍ ମିଟିଂରେ ସାମିଲ ହେବେ । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଉଛନ୍ତି ।

Leave A Reply

Your email address will not be published.