Latest Odisha News

BREAKING NEWS

ଛତ୍ରପୁର: ବାପା, ମାଆ ଓ ଝିଅର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗୋଟିଏ ଘରୁ ମିଳିଲା ୩ଜଣଙ୍କ ମୃତଦେହ । ଗଞ୍ଜାମ ଜିଲ୍ଳାର ଛତ୍ରପୁର ନିକଟ ପାଲିଆ ଅଂଚଳରେ ଜଣେ ଦମ୍ପତି ଓ ତାଙ୍କ ଝିଅର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଉଛନ୍ତି ବୃନ୍ଦାବନ ନାୟକ, ତାଙ୍କ ପତ୍ନୀ ଉର୍ମିଳା ନାୟକ ଓ ଝିଅ ସୁନୀତା ନାୟକ ।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆଜି ସକାଳେ ମାଆ ଓ ଝିଅଙ୍କ ମୃତଦେହ ଘର ପାଖରେ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏନେଇ ସେମାନେ ପୋଲିସକୁ ସୂଚନା ଦେବା ପରେ ପୋଲିସ ସାଇଣ୍ଟିଫିକ ଦଳ ସହ ଘଟଣାସ୍ଥଳରେ ପହଂଚିଥିଲା । ଏହା ପରେ ବୃନ୍ଦାବନ ନାୟକଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା ।

ଏପର୍ଯ୍ୟନ୍ତ ମୃତ୍ୟୁ ପଛର କାରଣ ଜଣାପଡିନଥିବା ବେଳେ ମାଆ ଓ ଝିଅକୁ ହତ୍ୟା କରିବା ପରେ ବାପା ବୃନ୍ଦାବନ ନାୟକ ବେକରେ ଫାଶି ଲଗାଇ ଅତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.