Latest Odisha News

ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ

ନୂଆଦିଲ୍ଲୀ : କରୋନା ପାଇଁ କଠୋର ହେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରା ସମୟରେ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଡିଜିସିଏ । ବିମାନ ଯାତ୍ରା ସମୟରେ ମାସ୍କ ନ ପିନ୍ଧିଲେ ବା କୋରୋନା ଗାଇଡଲାଇନ୍ ଉଲ୍ଲଂଘନ କଲେ ଉଡିବାକୁ ମିଳିବନି ଅନୁମତି ।

ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମଣ । ତେଣୁ ବିମାନ ଯାତ୍ରୀଙ୍କ ଲାଗି ନୂଆ ଗାଇଡଲାଇନ ଜାରି କରିଛି ଡିଜିସିଏ । ଏହି ବିଜ୍ଞପ୍ତି ଅନୁସାରେ ଯାତ୍ରୀମାନେ ଯାତ୍ରା ସମୟରେ ଫେସମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ବ ରକ୍ଷା କରିବେ । ଯଦି କୌଣସି ଯାତ୍ରୀ ଏହାର ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ ବିମାନ ଉଡାଣ ପୂର୍ବରୁ ଓହ୍ଲାଇ ଦିଆଯିବ ।

ସେହିଭଳି ଯଦି କୌଣସି ଯାତ୍ରୀ ନାକ ତଳକୁ ମାସ୍କ ପିନ୍ଧିଥିବେ ତେବେ ସେମାନଙ୍କୁ ବିମାନରେ ପ୍ରବେଶ ଅନୁମତି ମିଳିବ ନାହିଁ । ଯାତ୍ରୀମାନେ ନିୟମ ପାଳନ କରୁଛନ୍ତି କି ନାହିଁ ତାହାର ତଦାରଖ କରିବାକୁ ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ । ଏଥିସହ ଯଦି କୌଣସି ଯାତ୍ରୀ ଅସୁସ୍ଥ ଅନୁଭବ କରନ୍ତି, ତେବେ ସେମାନଙ୍କ ଯାତ୍ରାକୁ ବାତିଲ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.