କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଟିଏମସି ଏଜେଣ୍ଟ ଏବଂ କର୍ମୀଙ୍କୁ ଏକ ଜରୁରୀ ବାର୍ତ୍ତା ଜାରି କରିଛନ୍ତି । ସେ କହିଛନ୍ତି ଯେ, ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ କରାଯାଇଛି । ଏକ ଭିଡିଓ ବାର୍ତ୍ତାରେ ମମତା କହିଛନ୍ତି, ନିର୍ବାଚନ ସଂସ୍ଥାର କର୍ମୀମାନେ ଭୋଟ ଗଣନା ବନ୍ଦ କରିଦେଇଛନ୍ତି ।
ମମତା ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ବିଶେଷକରି ତୃଣମୂଳ କଂଗ୍ରେସ ଆଗରେ ଥିବା ଅଞ୍ଚଳରେ ଗଣନା ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି । ପ୍ରାୟ ୧୦୦ଟି ଆସନରେ ଟିଏମସି ଆଗୁଆ ରହିଛି କିନ୍ତୁ ଏହା ପ୍ରକାଶ କରାଯାଉ ନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର୍) ନାଁରେ ଭୋଟ ସବୁ ଲୁଟି ନେଇଛନ୍ତି । ମମତା ଗଣନା ଏଜେଣ୍ଟ ଓ ଦଳୀୟ ପ୍ରାର୍ଥୀଙ୍କୁ ଗଣନା କେନ୍ଦ୍ର ନ ଛାଡ଼ିବାକୁ କହିଛନ୍ତି ।
ସେ ଦଳୀୟ କର୍ମୀଙ୍କୁ ନିରାଶ ଓ ଭୟଭୀତ ନହେବାକୁ କହିଛନ୍ତି । ମମତା ଦୃଢ଼ତାର ସହିତ କହିଛନ୍ତି ୧୪ ରୁ ୧୮ ରାଉଣ୍ଡ ପର୍ଯ୍ୟନ୍ତ ଗଣନା ଶେଷ ହେବା ବେଳକୁ ଟିଏମସି ଆଘରେ ରହିବ । ଯେ ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଦିନ ବଢ଼ିବା ସହିତ, ଟିଏମସିର ଆଗୁଆ ସ୍ପଷ୍ଟ ହେବ ଏବଂ ଶେଷରେ, ବିଜୟ ସେମାନଙ୍କର ହେବ ।