Latest Odisha News

BREAKING NEWS

ମହିଳାଙ୍କ ଉଲଗ୍ନ ଭିଡିଓ ଉତ୍ତୋଳନ କରି ଯୁବକ ଗିରଫ

ଭୁବନେଶ୍ୱର: ଜଣେ ମହିଳା ଗାଧୁଥିବା ବେଳେ ତାଙ୍କ ଅଜାଣତରେ ଜଣେ ଦୁର୍ବୃତ୍ତ ଉଲଗ୍ନ ଭିଡିଓ ଉତ୍ତୋଳନ କରିଥିଲା । ଏହାପରେ ସେ ଇଣ୍ଟରନେଟ୍‌ରେ ଏହାକୁ ଭାଇରାଲ୍‌ କରିଥିଲା । ମହିଳା ଜଣଙ୍କ ଏ ବିଷୟରେ ଜାଣିବାପରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏହି ଘଟଣାର ତଦନ୍ତ କରି ରବି ନାରାୟଣ ସାହ ନାମକ ଯୁବକକୁ ଗିରଫ କରିଛି । ତାହାର ଘର ପୁରୀ ଗୋପ ଅଞ୍ଚଳର ବସନ୍ତ ପୁର ବୋଲି ଜଣାପଡିଛି । ଅଭିଯୁକ୍ତଠାରୁ ୩ଟି ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ତାକୁ ଝାରପଡା ଜେଲ୍‌ ପଠାଇ ଦିଆଯାଇଛି ।

Leave A Reply

Your email address will not be published.