Latest Odisha News

BREAKING NEWS

ପୁଅ ବୋହୂ ଝଗଡ଼ାରେ ବଳି ପଡ଼ିଲେ ବାପା, ପୁଅ ଗୁଳିମାଡ଼ରେ ବାପା ଗୁରୁତର

ସୁବର୍ଣ୍ଣପୁର : ପିଶାଚ ସାଜିଲା ଜନ୍ମକଲା ପୁଅ । ବାପାଙ୍କ ଉପରକୁ କଲା ଗୁଳି ମାଡ଼ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରି ଗାଁ ରେ ଏପରି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଆହତ ବ୍ୟକ୍ତି ହେଲେ ଗଙ୍ଗାଜଳ ମେହେର (୫୬) । ଗଙ୍ଗାଜଳ ମେହେରଙ୍କ ପୁଅ ହେଉଛନ୍ତି ବିକ୍ରମ ମେହେର  । କୌଣସି କାରଣକୁ ନେଇ ବିକ୍ରମ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ାରେ ପୁଅ ବିକ୍ରମ ଉତକ୍ଷିପ୍ତ ହୋଇ ବୋହୂକୁ ଗୁଳି କରିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ବୋହୂକୁ ରକ୍ଷା କରିବା ପାଇଁ ସାମ୍ନାକୁ ଚାଲି ଆସିଥିଲେ ବାପା ଗଙ୍ଗାଜଳ । ଫଳରେ ଗୁଳିଟି ତାଙ୍କ ଦେହରେ ବାଜିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଏନେଇ ଡୁଙ୍ଗୁରିପାଲି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.