Latest Odisha News

BREAKING NEWS

ଧୁତରା ରେଳ ଷ୍ଟେସନ ନିକଟରେ ଟ୍ରେନରୁ ଖସି ପଡ଼ି ଜଣେ ମୃତ

ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ଘଟଣା ସ୍ଥଳରୁ ମୋବାଇଲ ଖୋଳ, ହେଡଫୋନ, ସବୁଜ ରଙ୍ଗର କେନଭାସ ଜୋତା ପଡିଥିବା ଦେଖିବାକ ମିଳିଛି । ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଘଟଣା ସ୍ଥଳରେ ରେଲଓ୍ୱେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.