Latest Odisha News

BREAKING NEWS

ଟ୍ରାଫିକ୍ ଜାମ୍‌ ହେବାରୁ ଗାଡ଼ି ଉପରେ ବସି ମଦ ପିଇଲେ…

ନୂଆଦିଲ୍ଲୀ : ସମସ୍ତେ ଜାଣନ୍ତି ଟ୍ରାଫିକ୍‌ ସମସ୍ୟା ଅନେକ ସମୟରେ ଦେଖାଦେଇଥାଏ  । ଟ୍ରାଫିକ୍‌ରେ ଥରେ ଫସିଲେ, ସେଥିରୁ ମୁକୁଳିବା ମୁସ୍କିଲ । ଟ୍ରାଫିକ୍‌ କେତେବେଳେ ୧୦ ମିନିଟ୍‌ରେ ଛାଡ଼େ ତ କେତେବେଳେ ଘଣ୍ଟାଏ ଦୁଇ ଘଣ୍ଟା ବି ଲାଗେ । ଏହାର କିଛି ଠିକ୍‌ ଠିକଣା ନଥାଏ ।

ତେବେ ସେହି ଟ୍ରାଫିକ୍‌ ଜାମ୍‌ ସମୟରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଦୃଶ୍ୟ  । ଯାହାକୁ ଦେଖିଲେ ଆପଣମାନେ ତାଜୁବ୍‌ ହୋଇଯିବେ  । ଜଣେ ଯୁବକ କିପରି ଭାବେ ଟ୍ରାଫିକ୍‌ରେ ଫସିବା ପରେ ସେ କିଭଳି ସେହି ସମୟକୁ ଉପଭୋଗ କଲେ । ତାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା । ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତାକୁ ଯିଏ ଦେଖୁଛି କମେଣ୍ଟ ନଦେଇ ନିଜକୁ ଅଟକାଇ ପାରୁନି । ହରିଆଣାର ଗୁରୁଗ୍ରାମରେ ଏହି ଘଟଣା ଘଟିଛି। ମୁଖ୍ୟ ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ ହେବାରୁ ଜଣେ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଥିଲେ ।

ତେବେ ଭାଇରାଲ ହେଉଥିବା ଭିଡିଓଟିରେ ଦେଖିବାକୁ ମିଳୁଛି ଟ୍ରାଫିକ୍‌ ଜାମ୍‌ ରହିଛି । ଆଉ ସେହି ଭିଡ଼ରେ ଅନେକ ଗାଡ଼ି ଫସିଛି । ତେବେ ଏତେ ଗହଳି ଭିତରେ ସମସ୍ତଙ୍କୁ ଚକିତ କରିଥିଲା ଏହି ଗୋଟାଏ ଦୃଶ୍ୟ  । ଜଣେ ଯୁବକ ବିନ୍ଦାସରେ ଗାଡ଼ି ଛାତ ଉପରେ ବସି ମଦ୍ୟପାନ କରୁଥିଲେ । ସବୁ ଲୋକ ଯୁବକଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ହେଲେ ଯୁବକଙ୍କର ଏ କଥାକୁ ଖାତିର୍‌ ନଥିଲା  ।

 

Leave A Reply

Your email address will not be published.