Latest Odisha News

BREAKING NEWS

ହକି ବିଶ୍ୱକପ: ଭାରତ ପାଇଁ ଏବେ ନୁହେଁ ତ କେବେ ରଣନୀତି

ଭୁବନେଶ୍ୱର: ହକିର ଜ୍ୱର ଏବେ ସାରା ଭାରତରେ । ଓଡିଶାରେ ବିଗୁଲ ବାଜିସାରିଛି । ମନୋରଞ୍ଜନ ପରେ ଏବେ ଭାରତ ପାଇଁ ସମ୍ମାନର ପ୍ରଶ୍ନ । ବିଶ୍ୱକପରେ ଦୀର୍ଘ ଦିନ ଧରି ପଦକ ଶୂନ୍ୟ ରହିଛି ଟିମ ଇଣ୍ଡିଆ । ୪୭ ବର୍ଷ ଧରି ଭାରତ ପଦକ ଜିତିନି । ସେଥିପାଇଁ ଓଡିଶାରେ ଆୟୋଜିତ ହେଉଥିବା ହକି ବିଶ୍ୱକପରେ ଭାରତ ଏବେ ନୁହେଁ ତ କେବେ ରଣନୀତି ପଡିଆକୁ ଓହ୍ଲାଇବ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ପଦକ ଜିତିବା ପରେ ଏହି ଆଶା ଆହୁରି ଉଜ୍ଜୀବୀତ ହୋଇଛି । ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ମଧ୍ୟ ଭାରତର ପଦକ ଜିତିବା ସମ୍ଭାବନା ଏଥର ଅଧିକ ବୋଲି କହିଛନ୍ତି । ହକି ପ୍ରୋ ଲିଗରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଟିମ ଇଣ୍ଡିଆର ପ୍ରଦର୍ଶନ ନିରାଶ କରିଛି । କୋଚ ଗ୍ରାହାମ ରିଡ ନିଶ୍ଚିତ ଭାବେ ଆବଶ୍ୟକ ତ୍ରୁଟି ସୁଧାରିଥିବେ ବୋଲି ଆଶା କରାଯାଉଛି ।

ଘରୋଇ ପରିବେଶରେ ଅବଶ୍ୟ ଭାରତର ମନୋବଳ ଉଚ୍ଚରେ ରହିବ । ଭାରତୀୟ ଦଳରେ ୨ ଓଡିଆ ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ ସ୍ଥାନ ପାଇଛି । ଓଡିଶାର ହକି ଭୂସ୍ୱର୍ଗରୁ ଆସିଥିବା ଏହି ଦୁଇଜଣ ନିଶ୍ଚିତ ଭାବେ ସ୍ମରଣୀୟ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । ୨୦୧୮ରେ ଅବଶ୍ୟ ଘରୋଇ ପରିବେଶରେ ଖେଳି ଷଷ୍ଠ ସ୍ଥାନ ହାସଲ କରିଥିଲା । କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡଠାରୁ ହାରିବା ଏବେ ବି ମନରୁ ଯାଇ ନାହିଁ । ଏଥର କିନ୍ତୁ କିଛି ଅଲଗା ଅନୁଭବ ହେଉଛି । ଲାଗୁଛି ଯେମିତି ଭାରତ ହାତ ପାହାନ୍ତରେ ବିଶ୍ୱକପ ଝୁଲୁଛି । ଟିମ ଇଣ୍ଡିଆ ଉପରେ ଏଥର ହକିପ୍ରେମୀଙ୍କ ଦୃଢ଼ ଆଶା ରହିଛି ।

ଟିମ ଇଣ୍ଡିଆ: ପିଆର ଶ୍ରୀଜେଶ, କ୍ରିଷନ ବାହାଦୂର ପାଠକ, ଜରମନପ୍ରୀତ ସିଂ, ସୁରେନ୍ଦର କୁମାର, ହରମନପ୍ରୀତ ସିଂ (ଅଧିନାୟକ), ବରୁଣ କୁମାର, ଅମିତ ରୋହିଦାସ(ଉପ ଅଧିନାୟକ), ନୀଲମ ସଞ୍ଜୀପ ଖେସ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଳକାନ୍ତ ଶର୍ମା, ଶମସେର ସିଂ, ବିବେକ ପ୍ରସାଦ, ଆକାଶଦୀପ ସିଂ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଅଭିଷେକ ସୁଖଜିତ ସିଂ, ରାଜକୁମାର ପାଲ, ଯୁଗରାଜ ସିଂ, କୋଚ:ଗ୍ରାହାମ ରିଡ ।

Leave A Reply

Your email address will not be published.