Latest Odisha News

BREAKING NEWS

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ; ଓଡ଼ିଆ ପର୍ଯ୍ୟଟକଙ୍କ ଜୀବନ ଗଲା

ଭୁବନେଶ୍ୱର: ଜମ୍ମୁ କାଶ୍ମୀର ପହଲଗାମରେ ମଙ୍ଗଳବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଥିରେ ଓଡ଼ିଶା ବାଲେଶ୍ବର ଜିଲ୍ଲାର ଜଣେ ପର୍ଯ୍ୟଟକ ରହିଛନ୍ତି।

ଉକ୍ତ ବ୍ୟକ୍ତିଙ୍କ ନାମ ପ୍ରଶାନ୍ତ ସତପଥୀ ବୋଲି ଚିହ୍ନଟ କରାଯାଇଛି। ସେ ବାଲେଶ୍ୱର ଜିଲ୍ଲାର ରେମୁଣା ବ୍ଲକ ଅନ୍ତର୍ଗତ ଇଶାନି ଗ୍ରାମର ବାସିନ୍ଦା।

ସୂଚନା ଅନୁଯାୟୀ, ସେ ଛୁଟି ବିତାଇବା ପାଇଁ ଏପ୍ରିଲ ୧୯ ତାରିଖରେ ତାଙ୍କ ପତ୍ନୀ ଏବଂ ନଅ ବର୍ଷର ପୁଅ ସହିତ ଜମ୍ମୁ ଓ କାଶ୍ମୀର ଯାତ୍ରା କରିଥିଲେ। ପହଲଗାମର ବୈସାରଣରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଗୁଳି ଚଳାଇଥିଲେ।

ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଅନୁସାରେ ଦକ୍ଷିଣ କାଶ୍ମୀରର ସରକାରୀ ଡାକ୍ତରଖାନାରେ ୧୩ ଜଣ ଆହତଙ୍କ ଚିକିତ୍ସା କରାଯାଉଥିବା ବେଳେ ଅନନ୍ତନାଗ ଡାକ୍ତରଖାନାରେ ଚାରି ଜଣଙ୍କ ଚିକିତ୍ସା କରାଯାଉଛି। ସେହିପରି ଗୁରୁତର ଆହତ ହୋଇଥିବା ଜଣେ ନାଗରିକଙ୍କୁ ଶ୍ରୀନଗର ସ୍ଥାନାନ୍ତର କରାଯାଇଛି।

ତେବେ ଏହା ଏକ ଦୁଃଖଦ ଘଟଣା ଏବଂ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଜମ୍ମୁ କାଶ୍ମୀରର ସ୍ୱାସ୍ଥ୍ୟ ମନ୍ତ୍ରୀ ସାକିନା ଇଟୁ । ଅପରପକ୍ଷରେ ସରକାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ମୃତକଙ୍କ ସଂଖ୍ୟା ଘୋଷଣା କରିନାହାଁନ୍ତି।

Comments are closed.