Latest Odisha News

BREAKING NEWS

ଇଂଲଣ୍ଡ ଗସ୍ତରେ ରୋହିତ ଅଧିନାୟକ ହେବା ନିଶ୍ଚିତ: ରିପୋର୍ଟ

ନୂଆଦିଲ୍ଲୀ: ଜୁନରେ ଭାରତୀୟ କ୍ରିକେଟ ଟିମ ଇଂଲଣ୍ଡ ଗସ୍ତରେ ଯିବ । ଏହି ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ହେବା ଏକପ୍ରକାର ନିଶ୍ଚିତ ହୋଇଛି । ପିଟିଆଇ ରିପୋର୍ଟ ଅନୁସାରେ ରୋହିତ ଫିଟ ଅଛନ୍ତି ଏବଂ ସେ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ନେବା ପାଇଁ ପ୍ରସ୍ତୁତ ଅଛନ୍ତି । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରୋହିତଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଖରାପ ପ୍ରଦର୍ଶନ କରିଥିଲା । ଏହା ସତ୍ୱେ ବିସିସିଆଇ ରୋହିତଙ୍କ ଉପରେ ଭରୋଷା ରଖିଛି । ମେ ଦ୍ୱିତୀୟ ସପ୍ତାହରେ ଭାରତୀୟ ଦଳର ଘୋଷଣା କରାଯିବ । ମଧ୍ୟକ୍ରମର ୨ଟି ସ୍ଥାନ ପାଇଁ ୬ଜଣ ଖେଳାଳି ଦୌଡରେ ଅଛନ୍ତି ।

ଅଷ୍ଟ୍ରେଲିଆ ଗସ୍ତରେ ଭାରତ ୧୭ ସଦସ୍ୟ ବିଶିଷ୍ଟ ଟିମ ପଠାଇଥିଲା । ଏଥର କିନ୍ତୁ ୧୫ କିମ୍ବା ୧୬ ଜଣ ଖେଳାଳି ଏହି ଗସ୍ତରେ ଯିବେ । ରୋହିତଙ୍କ ସମେତ ଯଶସ୍ୱୀ ଜୈସୱାଲ, କେଏଲ ରାହୁଲ, ଶୁଭମନ ଗିଲ ଓ ବିରାଟ କୋହଲି ଚୟନ ହେବା ଏକପ୍ରକାର ନିଶ୍ଚିତ । ଅଲରାଉଣ୍ଡର ଦୌଡରେ ନୀତିଶ କୁମାର ରେଡ୍ଡୀ ଆଗରେ ରହିଛନ୍ତି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିବା କରୁଣ ନାୟାରଙ୍କୁ ମଧ୍ୟ ସୁଯୋଗ ମିଳିବ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ଜୁନ ୨୦ରୁ ଏହି ଗସ୍ତ ଆରମ୍ଭ ହେବ । ଚୟନ କମିଟି ମୂଖ୍ୟ ଅଜିତ ଅଗରକର ଓ କୋଚ ଗୌତମ ଗମ୍ଭୀର ଏକ ଶକ୍ତିଶାଳୀ ଟେଷ୍ଟ ଟିମ ଚୟନ ନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ।

Comments are closed.