Latest Odisha News

BREAKING NEWS

୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୭୧ ହଜାର ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସି ଜରିଆରେ ଦେଶର ୭୧ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି । ଦେଶର ୪୫ଟି ସ୍ଥାନରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ସିଧାସଳଖ ହସ୍ତାନ୍ତର ମଧ୍ୟ କରାଯାଇଛି । ଗୁଜରାଟ ଓ ହିମାଚଳପ୍ରଦେଶରେ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି ଦୁଇଟି ସ୍ଥାନକୁ ଏବେ ବାଦ୍ ଦିଆଯାଇଛି । ମୋଦୀ ଆଜି କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲ୍ ଲଞ୍ଚ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ‘ରୋଜଗାର ମେଳା’ ସ୍କିମରେ ପ୍ରଧାନମନ୍ତ୍ରୀ ଯୁବପିଢିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ଘୋଷଣା କରିଥିଲେ । ଏହି ସ୍କିମ ଜରିଆରେ ଦେଶରେ ଆହୁରି ଅନେକ ରୋଜଗାର ପନ୍ଥା ଖୋଲିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅକ୍ଟୋବର ମାସରେ ୭୫ହଜାର ଆଶାୟୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲେ । ଆସନ୍ତାବର୍ଷ ଭିତରେ ୧୦ଲକ୍ଷ ନିଯୁକ୍ତି କରିବାକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭାଗ ଓ ମନ୍ତ୍ରାଳୟଗୁଡିକୁ ଜୁନ୍ ମାସରେ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.