Latest Odisha News

BREAKING NEWS

ସମ୍ପତ୍ତି ପାଇଁ ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ

କବିସୂର୍ଯ୍ୟନଗର: ପାରିବାରିକ କଳହର କରୁଣ ପରିଣତି । ସମ୍ପତ୍ତି ପାଇଁ ପରିବାରର ୪ଜଣଙ୍କୁ ହାଣିଲା ଉନ୍ମତ ପୁଅ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ିଆଳି ଗାଁରେ। ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ପରିବାରରେ ସମ୍ପତ୍ତି ପାଇଁ ପରସ୍ପର ମଧ୍ୟରେ କଳହ ହୋଇଥିଲା । ପରେ ରାତିରେ ଶୋଇଥିବା ବେଳେ ନିଜ ବାପା, ମାଆ, ଭଉଣୀ ସମେତ ଭାଇ ବୋହୂକୁ ଆକ୍ରମଣ କରିଥିଲା ପୁଅ । ସେପଟେ ହଣାକଟା କରିବା ପରେ ପୁଅ ଘର ଛାଡି ଫେରାର ହୋଇଯାଇଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଗ୍ରାମବାସୀମାନେ ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଆହତମାନେ ହେଲେ ଗୁଡ଼ିଆଳି ଗ୍ରାମର ବାପା, ହେରେକୃଷ୍ଣ ରେଡ଼ୀ, ମାଆ ପ୍ରମିଳା ରେଡ଼ୀ, ଭାଇବୋହୂ ମାମା ରେଡ଼ୀ ଓ ଭଉଣୀ ଦୁଖୀଆମା ରେଡ୍ଡୀ।

Leave A Reply

Your email address will not be published.