Latest Odisha News

BREAKING NEWS

ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳସ୍ତର: ଖୋଲିଲା ଆଉ ୪ଟି ଗେଟ

ସମ୍ବଲପୁର: ଲଗାଣ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳସ୍ତର । ଗତକାଲି ୮ଟି ଗେଟ ଖୋଲିଥିବାବେଳେ ଆଜି ଆଉ ଚାରୋଟି ଗେଟ ଖୋଲାଯାଇଛି ।  ଫଳରେ ଏବେ  ମୋଟ ୧୨ଟି ଗେଟ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଛି ।

ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ମହାନଦୀ ଜଳସ୍ତର ବୃଦ୍ଧି ପାଇବା ସହ ହରାକୁଦ ଜଳ ଭଣ୍ଡାରରେ ମଧ୍ୟ ଜଳସ୍ତର ବଢୁଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି ଆଉ ୩ଟି ଗେଟ ଖୋଲାଯାଇଥିଲା । ସୂଚନା ଯୋଗ୍ୟ ଯେ, ଗତ ୨୩ତାରିଖରେ ଡ୍ୟାମରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ କରାଯାଇଥିଲା । ବାମପଟର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ଛଡା ଯାଇଥିଲା ।

ସୂଚନା ଅନୁସାରେ ଗତ କାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ଅଞ୍ଚଳରେ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି | ଏହା ଆହୁରି ଘନୀଭୂତ ହୋଇ ୨୬ରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ଆଜିଠୁ ୨୭ ତାରିଖ ଯାଏଁ ପ୍ରବଳ ବର୍ଷାର ଚେତାବନୀ ଦେଇଛି ପାଣିପାଗ ବିଭାଗ ।  ଏହାକୁ ଦୃଷ୍ଟିରେ ରଖି ହରାକୁଦର ଆଉ ୪ଟି ସ୍ଲୁଇସ ଗେଟ ଖୋଲା ଯାଇଛି । ବର୍ତ୍ତମାନ ଏହି ଚାରୋଟି ଗେଟକୁ ମିଶାଇ ମୋଟ ୧୨ଟି ଗେଟ ଦେଇ ବନ୍ୟା ଜଲ ନିଷ୍କାସିତ ହେଉଛି ।

ସୂଚନାଥାଉ କି, ସକାଳ ୯ଟା ସୁଦ୍ଧା ହୀରାକୁଦ ଡ୍ୟାମର ଜଳସ୍ତର ଏବେ ୬୧୪.୦୪ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୧ଲକ୍ଷ ୫୦ ହଜାର ୭୯୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ଏହି ସମୟ ମଧ୍ୟରେ ୧ ଲକ୍ଷ ୫୮ହଜାର ୮୨୫ କ୍ୟୁସେକ୍ ବନ୍ୟା ପାଣି ନିଷ୍କାସିତ ହେଉଛି । ଫଳରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।

Leave A Reply

Your email address will not be published.