Latest Odisha News

BREAKING NEWS

ଗଛ ମଣିଷ ବୁଦ୍ଧିଆ ସେଠୀ

ରାୟଗଡା: କମିବାରେ ଲାଗିଛି ପ୍ରାକୃତିକ ଜଙ୍ଗଲ । କାୟା ବିସ୍ତାର କରୁଛି କଂକ୍ରିଟ୍ ଦୁନିଆ । ସବୁଜିମା ପ୍ରକୃତି ବଦଳରେ ଆଜିର ଆଧୁନିକ ସମାଜ ଚିକମିକ୍ ଲମ୍ବାଲମ୍ବା ବିଲ୍ଡିଂକୁ ଅଧିକ ପ୍ରାଧାନ୍ୟ ଦେଉଛି । କଟା ଚାଲିଛି ଗଛ, ନିର୍ମିତ ହେଉଛି ସୁଉଚ୍ଚ ଅଟ୍ଟାଳିକା । ହେଲେ ଏହାରି ଭିତରେ ଜଣେ ମଣିଷ ସବୁଜିମା ପ୍ରକୃତିକୁ ନେଇ ସୃଷ୍ଟି କରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ ।

ରାୟଗଡା ମୁନିଗୁଡା ଅଂଚଳର ୭୦ ବର୍ଷୀୟ ବୁଦ୍ଧିଆ ସେଠୀ । ଦିନେ କି ଦୁଇଦିନ ନୁହେଁ । ଦୀର୍ଘ ୪୦ ବର୍ଷ ଧରି କୃତ୍ରିମ ଜଙ୍ଗଲ ସୃଷ୍ଟି କରି କେବଳ ରାୟଗଡା ନୁହେଁ ବରଂ ସମଗ୍ର ରାଜ୍ୟରେ ଉଦାହରଣ ପାଲଟିଛନ୍ତି । ସେ ଲଗାଇଥିବା ଶତାଧିକ ଗଛ ତଳେ ଆଜି ଲୋକେ ଆଶ୍ରୟ ନେଉଛନ୍ତି । ବସା ବାନ୍ଧିଛନ୍ତି ହଜାରହଜାର ପକ୍ଷୀ ।

ବୁଦ୍ଧିଆଙ୍କ ପରିବାର କହିଲେ ସ୍ତ୍ରୀ ସୁଶୀଳା ସେଠୀ । ଦୁଇ ପ୍ରାଣୀ ସ୍ଥାନୀୟ ପଂଚାୟତରୁ ମାସିକ ୧୦ କି.ଗ୍ରା ଚାଉଳ ଓ ୫୦୦ ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ପାଇଥାନ୍ତି । ବାସ୍ ସେତିକିରେ ନିଜକୁ ସନ୍ତୁଷ୍ଟ ନରଖି ସାରା ଜୀବନ ଗଛ ଲଗାଇ ଗାଁରେ ଜଙ୍ଗଲ ସୃଷ୍ଟି କରିଛନ୍ତି । ଏଥିପାଇଁ ବୁଦ୍ଧିଆ କେବେ ବି ସ୍ଥାନୀୟ ପ୍ରଶାସନ କିମ୍ବା ସରକାରଙ୍କଠାରୁ କେବେ କୌଣସି ସହାୟତା ଆଶା କରିନାହାଁନ୍ତି । ତେବେ କିଛି ବୁଦ୍ଧିଜୀବୀ ବୁଦ୍ଧିଆଙ୍କୁ ସରକାରୀ ସହାୟତା ଯୋଗଇଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.