Latest Odisha News

BREAKING NEWS

କରୋନାରେ ଶିଳ୍ପପତି ତଥା ଦୈନିକ ‘ଇଶ୍ବର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ରଙ୍କ ବିୟୋଗ

ଭୁବନେଶ୍ବର : ରାଉରକେଲାର ଜଣାଶୁଣା ଶିଳ୍ପପତି ତଥା ଦୈନିକ ‘ଇଶ୍ବର’ର ପରିଚାଳନା ସମ୍ପାଦକ ସୁନୀଲ ମହାପାତ୍ରଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ହେବା ପରେ ଆପୋଲୋ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।

ବିଶିଷ୍ଟ ସାହିତ୍ୟିକ ଡକ୍ଟର ଖଗେଶ୍ବର ମହାପାତ୍ରଙ୍କ ପୁତ୍ର ଥିଲେ ସୁନୀଲ ମହାପାତ୍ର । ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କର ଦୁଇ ପୁତ୍ର ଓ ବୋହୂଙ୍କ ସମେତ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ । କରୋନାରେ ଆକ୍ରାନ୍ତ ହୋଇ ବିୟୋଗ ହେବା ପରେ ବିଏମସି ପକ୍ଷରୁ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା । ପୁତ୍ର ସ୍ବୟଂ ମହାପାତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କର ଅକାଳ ବିୟୋଗକୁ ନେଇ ଖବରକାଗଜ ଦୁନିଆ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ତଥା ଶୁଭେଚ୍ଛୁଙ୍କ ମଧ୍ୟରେ ଶୋଖର ଛାୟା ଖେଳିଯାଇଛି ।

Leave A Reply

Your email address will not be published.