Latest Odisha News

BREAKING NEWS

ଲଗେଜ ଆସିବାକୁ ଡେରି ହେବାରୁ କନଭେଅର ବେଲ୍ଟ ଉପରେ ଚଢି ହରକତ କଲେ ଯାତ୍ରୀ

ଲଣ୍ଡନ: ଲଣ୍ଡନ ଗ୍ୟାଟୱିକ୍ ଏୟାରପୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଲଗେଜ ଆସିବାକୁ ଡେରି ହେବାରୁ ଯାତ୍ରୀଜଣକ ରାଗିଯାଇ ଲଗେଜ କନଭେଅର ବେଲ୍ଟ ଉପରେ ଚଢି ଯାଇଥିଲେ । ଉପରେ ଚଢିବା ସହ କନଭେଅର ଉପରେ ଶୌଚ କରିବାକୁ ଏୟାରପୋର୍ଟ ଅଧିକାରୀଙ୍କୁ ଧମକ ମଧ୍ୟ ଦେଇଥିଲେ । ଯାତ୍ରୀଙ୍କ ଏପରି ଦେଖି ଏୟାରପୋର୍ଟରେ ଥିବା ଅନ୍ୟ ଯାତ୍ରୀ ଓ ଅଧିକାରୀମାନେ ଆଶ୍ଚର୍ଯ୍ୟନ୍ୱିତ ହୋଇଯାଇଥିଲେ ।

BjdElectrycity

ଏହି ବ୍ରିଟିଶ ଯାତ୍ରୀ ଜଣକ ଫ୍ଲାଇଟରେ ଯାତ୍ରା କରି ଲଣ୍ଡନ ଗ୍ୟାଟୱିକ୍ ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରେ ନିଜର ଲଗେଜ୍ ନେବା ପାଇଁ ସେ କନଭେଅର ପାଖକୁ ଯାଇଥିଲେ । ସେଠାରେ ବହୁତ ସମୟ ଅପେକ୍ଷା କରିଥିଲେ ମଧ୍ୟ ତାଙ୍କ ଲଗେଜ ଆସି ନ ଥିଲା । ହେଲେ ଲଗେଜ ଆସିବାକୁ ବହୁତ ଡେରି ହେବାରୁ ସେ ଅସହ୍ୟ ହୋଇ ପଡିବା ସହ ଖୁବ୍ ଜୋରରେ ରାଗି ବି ଯାଇଥିଲେ । ଶେଷରେ କନଭେଅର ଉପରକୁ ଚଢିଯାଇ ବିମାନବନ୍ଦର କର୍ମଚାରୀଙ୍କୁ ଧମକ ଦେବା ଆରମ୍ଭ କରିଥିଲେ । ସାର୍ବଜନୀକ ଭାବେ ଶୌଚ କରିଦେବା ପାଇଁ ଅଧିକାରୀଙ୍କୁ ଧମକ ଦେଇଥିଲେ । ପରେ ଯେତେବେଳେ ଲଗେଜ ପାଇଥିଲେ, ଖୁସିରେ ଆତ୍ମହରା ହୋଇ ପଡିଥିଲେ । ଏୟାରପୋର୍ଟରେ ହିଁ ସେ ବଡପାଟି କରି ଚିଲ୍ଲେଇବାକୁ ଲାଗିଲେ ।

Leave A Reply

Your email address will not be published.