Latest Odisha News

BREAKING NEWS

ସୋଫାରେ ବସି ରାସ୍ତାରେ ବୁଲିଲେ ଦୁଇ ଯୁବକ

ନୂଆଦିଲ୍ଲୀ: ସୋଫାରେ ବସି ରାସ୍ତାରେ ବୁଲିଲେ ଦୁଇ ଯୁବକ । ଏବେ ଆପଣ ଭାବୁଥିବେ ସୋଫାରେ ବସି ରାସ୍ତାରେ ବୁଲିବେ କିପରି ? ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ସୋଫା କାର ଭଳି ରାସ୍ତାରେ ଯାଉଥିବା ଦେଖିବାକୁ ମିଳୁଛି । ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିଛନ୍ତି ।

ଏହି ସୋଫାକୁ ଇଞ୍ଜିନିୟର୍ସଙ୍କ ଏକ ଗ୍ରୁପ ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ରାସ୍ତାରେ ଚାଲୁଥିବା ଏହି ସୋଫାରେ ୪ଟି ଚକା ଓ ଇଞ୍ଜିନ ଖଞ୍ଜା ଯାଇଛି । ଏହି ଭିଡିଓକୁ ପୋଷ୍ଟ କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ଏହା ଏକ ମଜାଳିଆ ପ୍ରୋଜେକ୍ଟ । କିନ୍ତୁ ଏଥିରେ ହୋଇଥିବା ପରିଶ୍ରମ ଓ ଇଞ୍ଜିନିୟରିଙ୍ଗ ପ୍ରୟାସକୁ ଦେଖନ୍ତୁ । ଯାହାକି ଅତ୍ୟନ୍ତ ପ୍ରଶଂସନୀୟ । ଯଦି ଏଭଳି ଯାନ ଭାରତରେ ପଞ୍ଜୀକରଣ କରିବା ପାଇଁ ଆରଟିଓ କାର୍ଯ୍ୟାଳୟ ନିଆଯାଏ ତେବେ ଅଧିକାରୀ କିଭଳି ପ୍ରତିକ୍ରିୟା ଦେବେ ତାହାକୁ ମୁଁ ଦେଖିବାକୁ ଅପେକ୍ଷା କରିଛି ।

ଭିଡିଓରୁ ଜଣାପଡ଼ିଛି କି ଦୁଇଜଣ ଯୁବକ ଅନଲାଇନରୁ ସୋଫା ଅର୍ଡର କରିଛନ୍ତି । ଏହାପରେ ନିଜେ ଡିଜାଇନ କରି ସୋଫାରେ ଚକା ଓ ଇଞ୍ଜିନ ଖଞ୍ଜିଛନ୍ତି । ଏହି ଡିଜାଇନ ତିଆରି କରିବା ପାଇଁ ୩ଡି ମଡଲିଙ୍ଗର ବ୍ୟବହାର କରାଯାଇଛି । ସୋଫା ମଝିରେ ଏକ ହ୍ୟାଣ୍ଡେଲ ଲିବର ଦିଆଯାଇଛି । ଯାହାକି ଏକ୍ସଲେଟର ଓ ବ୍ରେକ ଭାବେ କାମ କରୁଛି । ରାସ୍ତାରେ କାର ଭଳି ଚାଲୁଥିବା ସୋଫାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

Leave A Reply

Your email address will not be published.