Latest Odisha News

BREAKING NEWS

ଯୋଗ ଦିବସ ହିଁ ଯୋଡ଼ି ଦେଲା ସାରା ବିଶ୍ୱକୁ: ‘ମନ କୀ ବାତ୍’ ରେ ମନ କଥା କହିଲେ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୫ ତମ ‘ମନ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ରବିବାର ଦିନ ଉଦ୍ବୋଧନ ଦେଇଛନ୍ତି । ‘ଆନ୍ତର୍ଜାତିକ ଯୋଗ ଦିବସ’ ହିଁ ଯୋଡ଼ିଦେଲା ସାରା ବିଶ୍ୱକୁ ବୋଲି କହି ଯୋଗର ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦିନ କେବଳ ସମଗ୍ର ବିଶ୍ୱ ପାଳନ କରିବା ସହିତ ଶାରିରୀକ ସୁସ୍ଥତା ବଜାୟ ରଖିବା ଲାଗି ଯୋଗର ନିହାତି ଆବଶ୍ୟକତା କଥା ପ୍ରକାଶ କରିଛନ୍ତି ‘ମନକୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଜିଏସଟି କୁ ପ୍ରଶଂସା କରି କହିଛନ୍ତି, ଜିଏସଟି ହିଁ ସଂଘୀୟ ବ୍ୟବସ୍ଥାର ସବୁଠାରୁ ବଡ଼ ସମବାୟ ଉଦାହରଣ । ସାରା ବିଶ୍ୱରେ ଜିଏସଟି ହିଁ ବୃହତ୍ତମ ଟିକସ ସଂସ୍କାର ବୋଲି ମନକୀ ବାତ୍ ରେ ମୋଦୀ ନିଜ ମନର କଥା କହିଛନ୍ତି ।

ଭାରତ-ଆଫଗାନିସ୍ଥାନ କ୍ରିକେଟ ଟେଷ୍ଟମ୍ୟାଚ କଥାକୁ ସ୍ମରଣ କରି ଦେଶ ଦେଶ ମଧ୍ୟରେ କ୍ରୀଡ଼ା କିପରି ମୈତ୍ରୀ ଓ ସଦଭାବ ରକ୍ଷା କରିପାରୁଛି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଜୁଲାଇ ୧ ତାରିଖରେ ଭାରତ ‘ଜାତୀୟ ଡ଼ାକ୍ତର ଦିବସ’ ପାଳନ କରିବ । ଆମେ କେବଳ ଆମର ଅସୁସ୍ଥତା ସମୟରେ ଡ଼ାକ୍ତରଙ୍କୁ ଖୋଜିଥାଉ, କିନ୍ତୁ ଡ଼ାକ୍ତର ନିଜ ମାଆ ପରି ତାଙ୍କ ସେବାକାର୍ଯ୍ୟ କରିବାକୁ କୁଣ୍ଠାବୋଧ କରିନଥାନ୍ତି ବୋଲି କହିଛନ୍ତି ମୋଦି । ଡ଼ାକ୍ତରଙ୍କ ହାତରେ ମଣିଷ ନୂଆ ଜୀବନ ପାଇଥାଏ, ଅର୍ଥାତ ଡ଼ାକ୍ତର ହିଁ ପୁନର୍ଜନ୍ମ ଦେଇଥାନ୍ତି ବୋଲି ଡ଼ାକ୍ତରଙ୍କୁ ଭୁରି ଭୁରି ପ୍ରଶଂସା କରି କହିଛନ୍ତି ନରେନ୍ଦ୍ର ମୋଦି ‘ମନକୀ ବାତ୍’ କାର୍ଯ୍ୟକ୍ରମରେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସନ୍ଥ କବୀର ଓ ଗୁରୁ ନାନକଙ୍କୁ ସ୍ମରଣ କରିଛନ୍ତି । ଗୁରୁ ନାନକଙ୍କର ୫୫୦ତମ ପ୍ରକାଶ ଦିବସ ପାଳିତ ହେବାକୁ ଯାଉଛି । ଦରିଦ୍ରଙ୍କ ସେବା ସହିତ ଜାତିବାଦକୁ ଉଚ୍ଛେଦ କରିବାକୁ ସୁପରାମର୍ଶ ଆମକୁ ଦେଇଯାଇଛନ୍ତି ଗୁରୁ ନାନକ ।

‘ମନକୀ ବାତ୍’ କାର୍ଯ୍ୟକ୍ରମରେ ମୋଦି ମଧ୍ୟ ଜାଲିଆନାୱାଲାବାଗ ବିୟୋଗାନ୍ତ ଘଟଣା ଏବଂ ସ୍ୱାଧିନତା ସଂଗ୍ରାମରେ ଏହି ଘଟଣା ୧୦୦ ବର୍ଷ ପୂର୍ତ୍ତି ହେବାକୁ ଯାଉଛି ତାହାକୁ ସ୍ମରଣ କରିଥିଲେ । ସେହିପରି ମୋଦି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡ଼କ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ମହାନତା ଓ ଦେଶମାତୃକା ଲାଗି ତାଙ୍କର ଭୂମିକା ସମ୍ପର୍କରେ ଦେଶବାସୀଙ୍କୁ ଉଦବୋଧନ କରିଛନ୍ତି ଏହି ମାସିକ ‘ମନକୀ ବାତ୍ ’ କାର୍ଯ୍ୟକ୍ରମ ମାଧ୍ୟମରେ ।

Leave A Reply

Your email address will not be published.