Latest Odisha News

BREAKING NEWS

ଟ୍ରେନ୍‌ ଟ୍ରାକ୍‌ରେ ଶୋଇ ପଡ଼ିଲେ ଜଣେ ଅଜଣା ବ୍ୟକ୍ତି, ଚାଲିଗଲା ଜୀବନ

ବଲାଙ୍ଗିର: ଟ୍ରେନ ଆଗରେ ଶୋଇବା ଯୁବକଙ୍କୁ ପଡ଼ିଲା ମହଙ୍ଗା ।ଚାହୁଁ ଚାହୁଁ ଯୁବକଙ୍କର ଚାଲିଗଲା ଜୀବନ।ଏଭଳି ଅଭାବନୀୟ ଘଟଣା ବଲାଙ୍ଗିର ରେଲଓ୍ବଷ୍ଟସନରେ ଘଟିଛି ।

ଆଜି ଭୋର ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନ ଭିତରକୁ ଏକ ମାଲବୋଝେଇ ଟ୍ରେନ ଆସିଥିଲା। ଏହି ସମୟରେ ଟ୍ରେନ୍‌ର ଗତି ବହୁତ କମ୍‌ ଥିଲା। ମାତ୍ର ହଠାତ୍‌ ଟ୍ରେନ୍‌ ଟ୍ରାକ୍‌ରେ ଶୋଇ ପଡ଼ିଲେ ଜଣେ ଅଜଣା ବ୍ୟକ୍ତି । ଏହା ଦେଖି ଟ୍ରେନ ଡ୍ରାଇଭର ଟ୍ରେନକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ଅଜଣା ବ୍ୟକ୍ତିଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଥିଲା । ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ହେବ ବୋଲି ଅନୁମାନ କରାଯାଉଛି । ଏନେଇ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ । ଜି.ଆର.ପି ପୁଲିସ ତଦନ୍ତ ଜାରି ରଖିଛି । ପରିଚୟ ମିଳିବା ପରେ ଆତ୍ମହତ୍ୟା ପ୍ରକୃତ କାରଣ ଜଣାପଡିବ ବୋଲି ଅଧିକାରୀ କହିଛନ୍ତି।

 

Leave A Reply

Your email address will not be published.