Latest Odisha News

BREAKING NEWS

ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ତାୱାରେ ପିଟି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ : ସ୍ୱାମୀ  ସ୍ତ୍ରୀ ସମ୍ପର୍କ ହେଉଛି ପବିତ୍ର ବନ୍ଧନ । ପ୍ରତ୍ୟେକ ଘରେ ସ୍ୱାମୀ  ସ୍ତ୍ରୀ ମଧ୍ୟରେ ଛୋଟ ମୋଟ ଝଗଡ଼ା ଲାଗି ରହିଥାଏ  । ତେବେ ଏହାରି ଭିତରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରିଛି ସ୍ବାମୀ  । ଏଭଳି ଅମାନବୀୟ ଘଟଣା ମୁମ୍ବାଇର ଭଣ୍ଡୁପରେ ଘଟିଛି  । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି  ।

ପୁଲିସ କହିବା ମୁତାବକ, ଅଭିଯୁକ୍ତ ଜଣକ ନାମ ହେଉଛି (୩୭ ବର୍ଷୀୟ) ବସନ୍ତ ଶାହା ଏବଂ ତାଙ୍କ ସ୍ତ୍ରୀ ହେଉଛନ୍ତି ୨୧ ବର୍ଷୀୟ ରିତା ଦେବୀ  । ନିଜ ପତ୍ନୀ ସହ ମୁମ୍ବଇର ଭଣ୍ଡୁପରେ ବାସ କରୁଥିଲେ । ଉଭୟ ଏକ ସାର୍ବଜନୀନ ଶୌଚାଳୟରେ କାମ କରୁଥିଲେ । ଉଭୟଙ୍କ ମଧ୍ୟରେ ତେବେ ପରକୀୟା ପ୍ରୀତି ସନ୍ଦେହ ଲାଗିରହୁଥିଲା  ।  ସେନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା । ତେବେ ଝଗଡା ପରେ ବସନ୍ତ ଖାଦ୍ୟ ପ୍ରସ୍ତୁତି ତାୱାରେ ନିଜ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.