Latest Odisha News

BREAKING NEWS

ପାକିସ୍ତାନ ଆର୍ମି ମୁଖ୍ୟ ଦାୟିତ୍ୱ ନେଲେ ଜେନେରାଲ ଆସିମ ମୁନିର

ଇସଲାମାବାଦ୍: ପାକିସ୍ତାନର ୧୭ତମ ଆର୍ମି ଚିଫ୍ ହେଲେ ଆସିମ ମୁନିର । ଅବସରେ ନେଲେ ଜାବେଦ ବାଜଓ୍ୱା । ବ୍ୟାଟନ ଅଫ୍ କମାଣ୍ଡ ବା କମାଣ୍ଡ ଷ୍ଟିକ୍ ହସ୍ତାନ୍ତର କରିବା ପରେ ଆର୍ମି ମୁଖ୍ୟ ହୋଇଛନ୍ତି ଆସିମ ମୁନିର । ରାଓ୍ୱଲପିଣ୍ଡିରେ ସ୍ୱତନ୍ତ୍ର ଉତ୍ସବରେ କମାଣ୍ଡ ଷ୍ଟିକ୍ ହସ୍ତାନ୍ତର ହୋଇଛି ।

୬ବର୍ଷ କାର୍ଯ୍ୟକାଳ ପରେ ଅବସର ନେଇଛନ୍ତି ବାଜଓ୍ୱା । ଷ୍ଟିକ ହସ୍ତାନ୍ତର କରିବା ପରେ ନିଜ ଭାଷଣରେ ସେ ନୂଆ ମୁଖ୍ୟ ମୁନିରଙ୍କ ବଧେଇ ଦେବା ସହ ତାଙ୍କ ନେତୃତ୍ୱରୁ ପାକ୍ ସୈନ୍ୟବାହୀନିକୁ ଲାଭ ହେବ ବୋଲି ଆଶାପୋଷଣ କରିଥିଲେ ।

Comments are closed.