Latest Odisha News

BREAKING NEWS

୬୦ ବର୍ଷ ପରେ ଦେଖାହେଲେ ଗର୍ଲଫ୍ରେଣ୍ଡ: ଦେଲେ ବିବାହ ପ୍ରସ୍ତାବ

ଫ୍ଲୋରିଡ଼ା: କୁହାଯାଏ ଯେ, ଜଣେ ବ୍ୟକ୍ତି ନିଜର ପ୍ରଥମ ପ୍ରେମକୁ କେବେବି ଭୁଲି ପାରେ ନାହିଁ । ସେ ଜୀବନରେ ସବୁ ଖୁସିପାଇଥିଲେ ବି ପ୍ରତ୍ୟେକ ମୁହର୍ତ୍ତରେ ସେ ନିଜ ପ୍ରଥମ ପ୍ରେମଙ୍କୁ ମନେ ପକାନ୍ତି । ଥରେ ଭାବନ୍ତୁ, ଯଦି ତୁମେ ପିଲାଦିନରେ ଭଲ ପାଉଥିବା ବ୍ୟକ୍ତିଙ୍କୁ ପାଇବ ଓ ତାଙ୍କ ସହିତ ବଳକା ଜୀବନ ବିତାଇବାକୁ ସୁଯୋଗ ମିଳିବ ? ତେବେ କେମିତି ଅନୁଭବ ହେବ ? ଆମେରିକାର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଛି । ହାଇସ୍କୁଲରେ ସେ ଯେଉଁ ଝିଅକୁ ଭଲ ପାଉଥିଲେ, ୬୦ ବର୍ଷ ପରେ ସେ ପୁଣି ପାଲଟିଗଲେ ତାଙ୍କ ଗର୍ଲଫ୍ରେଣ୍ଡ । ସର୍ବସାଧାରଣଙ୍କ ଆଗରେ ସେ ନିଜର ପ୍ରେମ ବ୍ୟକ୍ତ କରିଥିଲେ । ଏହି ହୃଦୟସ୍ପର୍ଶୀ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

BjdElectrycity

ଫ୍ଲୋରିଡା ନିବାସୀ ଥୋମାସ୍ ଜଣେ ଡାକ୍ତର । ଯେତେବେଳେ ସେ ହାଇସ୍କୁଲରେ ପଢୁଥିଲେ, ସେତେବେଳେ ସେ ନାନ୍ସୀଙ୍କ ପ୍ରେମରେ ପଡିଥିଲେ । ଦୁର୍ଭାଗ୍ୟବଶତଃ ସେହି ସମୟରେ ସେମାନଙ୍କ ଭଲପାଇବାକୁ ଉଭୟଙ୍କ ଘର ଲୋକ ଗ୍ରହଣ କରି ନ ଥିଲେ । ଶେଷରେ ସେମାନେ ଅଲଗା ହୋଇଯାଇଥିଲେ । କିନ୍ତୁ ନିକଟରେ ୬୦ ବର୍ଷ ପରେ ଦୁହେଁ ପୁନର୍ବାର ଯୋଗାଯୋଗ କଲେ । ଦୁହେଁ ହୃଦୟଙ୍ଗମ କଲେ ଯେ, ଏତେ ଦିନ ପରେ ମଧ୍ୟ ପରସ୍ପର ପ୍ରତି ଥିବା ଭାବନା କମିନାହିଁ । ତା’ପରେ ଉଭୟ ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେବା ଆରମ୍ଭ କଲେ । ଦିନେ ନାନ୍ସୀ ଅନୁଭବ କଲେ ଯେ, ଆମେ ଏକାଠି ହେବା ଉଚିତ୍ । ସେ ସଙ୍ଗେ ସଙ୍ଗେ ଫ୍ଲୋରିଡା ଅଭିମୁଖେ ଯାତ୍ରା କଲେ ।

ନାନ୍ସୀ ଫ୍ଲୋରିଡା ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ଥୋମାସ୍ ତାଙ୍କୁ ଦେଖି ତାଙ୍କ ଆଗରେ ଆଣ୍ଠେଇ ପଡ଼ି ଗୋଲାପ ଫୁଲ ଦେବା ସହ ରିଙ୍ଗ ପିନ୍ଧାଇଥିଲେ । ପରେ ବିବାହ ପ୍ରସ୍ତାବ ଦେଇଥିଲେ । ଏହା ଦେଖି ନାନ୍ସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତାଙ୍କ ଆଖିରୁ ଲୁହ ଝରି ଯାଇଥିଲା । ଏହି ସ୍ପର୍ଶକାତର ମୁହୂର୍ତ୍ତକୁ ଥୋମାସ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ ।

Leave A Reply

Your email address will not be published.