Latest Odisha News

BREAKING NEWS

ପୁଣି ରାଜଧାନୀରେ ଗୁଳିକାଣ୍ଡ, ଆଖିବୁଜା ଗୁଳି ଚଳାଇ ୪ ଦୁର୍ବୃତ୍ତ ଫେରାର୍

ଭୁବନେଶ୍ୱର: ଗତ କିଛିଦିନ ହେଲା ରାଜଧାନୀରେ ଗୁଳିକାଣ୍ଡ ପରି ଘଟଣା ଭୁବନେଶ୍ୱରବାସୀଙ୍କୁ ଆତଙ୍କିତ କରିପକାଇଛି । ରବିବାର ବିଳମ୍ବିତ ରାତିରେ ଖଣ୍ଡଗିରି ଛକରେ ଦୁର୍ବୃତ୍ତମାନେ ଜଣେ ବ୍ୟକ୍ତିଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଫେରାର୍ ହୋଇଯାଇଛନ୍ତି ।

ପୋଲିସ ସୂତ୍ରରୁ ଜଣାପଡ଼ିଛି, ପାତ୍ରପଡ଼ାର ପ୍ରିତମ ଜେନାମଣି ରବିବାର ବିଳମ୍ବିତ ରାତିରେ ଘରକୁ ଯିବା ବାଟରେ ଖଣ୍ଡଗିରି ଛକରେ ୪ଜଣ ଦୁର୍ବୃତ୍ତ ତାଙ୍କ ପିଛାକରି ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଗାଡ଼ି ରଖିଲାପରେ ୪ଜଣ ଦୁ ପ୍ରିତମଙ୍କ ଉପରକୁ ଆଖିବୁଜା ୪ ରାଉଣ୍ଡ ଗୁଳି ଚଳାଇଥିଲେ ।

ଦୁର୍ବୁତ୍ତମାନେ ପ୍ରିତମଙ୍କ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇବାରୁ ତାଙ୍କର ଡ଼ାହାଣ କାନ୍ଧରେ ଗୁଳି ବାଜିଛି । ଅତର୍କିତ ଭାବେ ଗୁଳି ଚଳାଇ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ ।

ଏସମ୍ପର୍କରେ ଜାଣିପାରି ପୋଲିସ ଘଟଣାସ୍ଥଳକୁ ଆସି ପ୍ରିତମଙ୍କୁ ଉଦ୍ଧାର କରିବା ସହିତ ଚିକିତ୍ସା ନିମନ୍ତେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ମିଳିଥିବା ସୂଚନାନୁଯାୟୀ ଆହତ ପ୍ରିତମଙ୍କ ଅବସ୍ଥା ସ୍ୱାଭାବିକ ରହିଛି ।

ମିଳିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ଯେ, ଖଣ୍ଡଗିରି ବାରି ଟୁରିଷ୍ଟ ବସ ଟେଣ୍ଡରକୁ ନେଇ ଶତ୍ରୁତା ସୃଷ୍ଟି ହେବାପରେ ଏହିପରି ଗୁଳିକାଣ୍ଡ ଅନ୍ୟ ଗୋଷ୍ଠୀର ବ୍ୟକ୍ତିମାନେ କରିଥାଇପାରନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.