Latest Odisha News

BREAKING NEWS

ଆଜି ‘ଭାରତୀୟ ବାୟୁସେନା’ର ୮୬ତମ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ୮୬ତମ ପ୍ରତିଷ୍ଠା ଦିବସ ଆଜିର ଅକ୍ଟୋବର ୮ ତାରିଖରେ ପାଳିତ ହେଉଛି ।

ଏହି ୮୬ତମ ପ୍ରତିଷ୍ଠା ଦିବସ ଅବସରରେ ଉତ୍ତରପ୍ରଦେଶର ଗାଜିଆବାଦ ଅନ୍ତର୍ଗତ ହିଣ୍ଡନ ଏୟାରବେସରେ ଭାରତୀୟ ବାୟୁସେନାର ଯବାନ ମାନେ ଲଢୁଆ ବିମାନରେ ଚିତ୍ତାକର୍ଷକ ଏୟାର ସୋ’ର ପ୍ରଦର୍ଶନ ଦେଖାଇଛନ୍ତି । ଏହି ପ୍ରଦର୍ଶନୀରେ ଜାଗୁଆର, ବିସନ, ମିଗ-୨୯, ମିରାଜ-୨୦୦୦ ଏବଂ ସୁଖୋଇ ଭଳି ଲଢୁଆ ବିମାନର ମଧ୍ୟ ପ୍ରଦର୍ଶନ କରାଯାଇଛି ।

ଅନ୍ୟପକ୍ଷରେ ଏୟାର ଚିଫ୍ ମାର୍ଶାଲ ବି.ଏସ୍ ଧାନୋଆ ଏହି ସମାରୋହକୁ ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରତିଷ୍ଠା ଦିବସରେ ବାୟୁ ସେନାକୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୧୯୩୨ ମସିହାରେ ଭାରତୀୟ ବାୟୁସେନା ପ୍ରତିଷ୍ଠା ହୋଇଥିଲା । ସେ ସମୟରେ ବାୟୁସେନା ‘ରୟାଲ ଇଣ୍ଡିଆନ୍ ଏୟାର ଫୋର୍ସ’ ନାମରେ ପରିଚିତ ଥିଲା ଏବଂ ପରେ ୧୯୫୦ ମସିହାରେ ଏହାର ନାମ ବଦଳାଯାଇ ‘ଇଣ୍ଡିଆନ ଏୟାର ଫୋର୍ସ’ ରଖାଯାଇଥିଲା ।

Leave A Reply

Your email address will not be published.