Latest Odisha News

BREAKING NEWS

୮୦ ହଜାର ଟଙ୍କା ବିନିମୟରେ କୁକୁର ମୂର୍ତ୍ତି ସ୍ଥାପନ, ଖୁବଶୀଘ୍ର ମନ୍ଦିର ନିର୍ମାଣ ହେବ

ଟମ୍‌ର ମୃତ୍ୟୁ ପରେ ମୁଥୁ ୮୦ ହଜାର ଟଙ୍କା ଖର୍ଚ୍ଚ କରି ମାର୍ବଲର ଏକ ମୂର୍ତ୍ତି ନିର୍ମାଣ କରାଇଛନ୍ତି

ଭୁବନେଶ୍ୱର : ଧନୀ ହୁଅନ୍ତୁ ଅବା ଗରିବ । କେହିକେହି କୁକୁରକୁ ପୋଷା ଜନ୍ତୁ ଭାବେ ପାଳିବାକୁ ପସନ୍ଦ କରିଥାନ୍ତି । ଧନୀ ଲୋକ ନିଜ ପୋଷା କୁକୁରକୁ ସ୍ୱତନ୍ତ୍ର ଖାଦ୍ୟ ଦେଇଥାନ୍ତି । ଅନ୍ୟପଟେ ଗରିବ ଲୋକ ଅଇଁଠା କିମ୍ବା ବଳକା ଖାଦ୍ୟ ପରଷିଥାନ୍ତି । ହେଲେ ତାମିଲନାଡୁର ଜଣେ ବ୍ୟକ୍ତି କିନ୍ତୁ ନିଜ ପୋଷା କୁକୁରର ସ୍ମୃତି ଉଦ୍ଦେଶ୍ୟରେ କିଛି ହଟ୍‌କେ କରି ଚର୍ଚ୍ଚାକୁ ଆସିଛନ୍ତି ।

ସରକାରୀ ଚାକିରୀରୁ ଅବସରପ୍ରାପ୍ତ ୮୨ ବର୍ଷୀୟ ମୁଥୁ ଶିବଗଙ୍ଗାର ମନମଦୁରାଇ ବାସିନ୍ଦା । ଟମ୍ ନାମକ ଏକ କୁକୁରୁ ସେ ନିଜ ପାଖରେ ପ୍ରାୟ ୧୧ ବର୍ଷ ରଖିଥିଲେ । ହେଲେ ଗତବର୍ଷ ଟମ୍ ଆରପାରିକୁ ଚାଲିଗଲା ପରେ ମୁଥୁ ନିଜ ପୋଷା କୁକୁର ଉଦ୍ଦେଶ୍ୟରେ ଏକ ମୂର୍ତ୍ତି ସ୍ଥାପନ କରିଛନ୍ତି ।

୨୦୧୦ ପରଠୁ ମୁଥୁ ପୋଷା କୁକୁର ଟମକୁ ନିଜ ପିଲାଭଳି ପାଳି ଆସିଥିଲେ । ହେଲେ ଟମ୍‌ର ମୃତ୍ୟୁ ପରେ ମୁଥୁ ୮୦ ହଜାର ଟଙ୍କା ଖର୍ଚ୍ଚ କରି ମାର୍ବଲର ଏକ ମୂର୍ତ୍ତି ନିର୍ମାଣ କରାଇଛନ୍ତି । ଚଳିତବର୍ଷ ଜାନୁଆରୀ ମାସରେ ମୂର୍ତ୍ତିଟି ସ୍ଥାପନ ହୋଇଥିଲାବେଳେ ଭବିଷ୍ୟତର ଏକ ମନ୍ଦିର ନିର୍ମାଣ କରିବା ଲାଗି ମୁଥୁଙ୍କ ପରିବାର ଯୋଜନା ରଖିଛି ।

ମୁଥୁଙ୍କ ପୁଅ ମନୋଜଙ୍କ ଅନୁଯାୟୀ ଟମ୍‌ର ମୂର୍ତ୍ତି ପାଖରେ ପ୍ରତିଦିନ ପୂଜାର୍ଚ୍ଚନା କରାଯାଇଥାଏ । ତେବେ କୌଣସି ବିଶେଷ ଦିନ କିମ୍ବା ପ୍ରତି ଶୁକ୍ରବାର ଟମ୍‌ର ମୂର୍ତ୍ତି ନିକଟରେ ମୁଥୁଙ୍କ ପରିବାର ଲୋକେ ଖାଦ୍ୟ ପରଷିବା ସହ ଭୋଗ ଲଗାଇଥାନ୍ତି ।

 

Comments are closed.