Latest Odisha News

BREAKING NEWS

ବାପା-ମା’ଙ୍କୁ କଳିରୁ କ୍ଷାନ୍ତ କରିବାକୁ ଯାଇ ବଳି ପଡିଗଲା କୁନି ଝିଅ; ତଣ୍ଟି ଚିପିଦେଲା ପିଶାଚ ବାପା

ନୂଆପଡା: ପାରିବାରିକ ବିବାଦ କେତେ ଭୟଙ୍କର ହୋଇପାରେ ତାହାର ଏକ କରୁଣ ରୂପ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ବାପା-ମା’ଙ୍କ ମଧ୍ୟରେ ଚାଲିଥିଲା ଝଗଡା । ଝଗଡା ଦେଖି ସହି ପାରିଲାନି କୁନି ଝିଅଟି । ଝଗଡାରୁ କ୍ଷାନ୍ତ କରିବା ପାଇଁ ଉଭୟଙ୍କୁ ଚେଷ୍ଟା କରୁଥିଲା । ହେଲେ ସେ ଜାଣି ନ ଥିଲା ଏମିତି ବାପା କ୍ରୋଧର ଶିକାର ହେବ ବୋଲି  । କ୍ରୋଧାଗ୍ନିରେ ଜଳୁଥିବା ବାପା କୁନି ଝିଅର ତଣ୍ଟି ଚିପି ଦେଲା । ଏମିତି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲାରେ ।

ନୂଆପଡା ଜଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁର ଘଟଣା । ଗତକାଲି ଅପରାହ୍ନରେ ଗାଁର ଗଜାନନ ମାଝୀ ମଦ ପିଇ ଘରକୁ ଫେରିଥିଲେ । ସ୍ୱାମୀଙ୍କୁ ମଦ୍ୟପାନ କରିଥିବା ଦେଖି ସ୍ତ୍ରୀ ଗୋପପୁରୀ ଉତ୍ତ୍ୟକ୍ତ ହୋଇପଡିଥିଲେ । ଉଭୟଙ୍କ ମଧ୍ୟରେ  ଯୁକ୍ତିତର୍କ ହୋଇଥିଲା । ଯୁକ୍ତି ଉଗ୍ରରୂପ ନେଇଥିଲା । ହେଲେ ଶେଷରେ ବାପା-ମା’ଙ୍କର କଳିରେ ବଳି ପଡି ଯାଇଥିଲା କୁନି ଝିଅଟି ।  ଯୁକ୍ତି ଏତେ ଭୟଙ୍କର ହୋଇଥିଲା ଯେ ୧୩ ବର୍ଷର  ଝିଅ ସହି ନ ପାରି ବାପା-ମା’ଙ୍କୁ କ୍ଷାନ୍ତ କରିବାକୁ ଚଷ୍ଟା କରିଥିଲା।

ଝିଅକୁ ଦେଖି ଆହୁରି ରାଗି ଯାଇିଥିଲେ ବାପା ।   ୧୩ ବର୍ଷର ନାବାଳିକା ଝିଅର ତଣ୍ଟି ଚିପି ଦେଇଥିଲେ । ମା’ ଛଡାଇବାକୁ ଚେଷ୍ଟ କରିଥିଲେ ମଧ୍ୟ ବାପା ଛାଡି ନ ଥିଲା । ମା’ ବିକଳ ହୋଇ ପଡୋଶୀଙ୍କୁ ଡାକିବା ପାଇଁ ଯାଇଥିଲା ।  ପଡୋଶୀ ଆସି ଛଡାଇବା ବେଳକୁ  କୁନି ଝିଅର ମୃତ୍ୟୁ ଘଟି ସାରିଥିଲା । ଖବର ପାଇ ଆଜି ସକାଳୁ ଧରମବନ୍ଧା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ପିଶାଚ ବାପାଙ୍କୁ ଗିରଫ କରିଛି ପୋଲିସ ।  

Leave A Reply

Your email address will not be published.