Latest Odisha News

BREAKING NEWS

ପାଣି ପିଇବାକୁ ଯାଇ ମହାନଦୀରେ ଭାସିଗଲେ ଶହ ଶହ ଗାଈଗୋରୁ

ବୌଦ୍ଧ:ମହାନଦୀ ପାଣିରେ ଭାସିଗଲେ ଶହଶହ ଗୋରୁ । ସମସ୍ତେ ଦେଖୁଥିଲେ । ହେଲେ କେହି କିଛି କରିପାରୁ ନ ଥିଲେ । ଆଖି ସାମ୍ନାରେ ଭାସି ଯାଉଥିଲେ ଗାଈଗୋରୁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଙ୍ଗାରେ ।

ପାଣି ପିଇବାକୁ ନଦୀକୁ ଯାଇଥିଲେ ଗୋରୁ ପଲ ।  ହଠାତ୍ ମାଡି ଆସିଲା ପାଣି । ଭାସି ଗଲେ ଶହ ଶହ ଗାଈଗୋରୁ ।  ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲିବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ।

ତେଣୁ ନଦୀକୁ ପାଣି ପିଇବାକୁ ଆସି  ଶହ ଶହ ଗାଈଗୋରୁ ଭାସି ଯାଉଥିବା ଦେଖିବାକୁ ମିଳିଛି । ତେବେ ସ୍ଥାନୀୟ ଲୋକ ଓ ଗାଈଆଳଙ୍କ ସହାୟତାରେ ଗୋରୁ ପଲଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.