ଚେନ୍ନାଇ: ଚୋରି ହୋଇଥିବା ଜିନିଷ ଫେରି ଆସିଛି । ଚୋର ଫେରାଇ ଦେଇଛି ଚୋରି କରିଥିବା ଜିନିଷ । ପାର୍ସଲରେ ଆସିଛି ଚୋରି ହୋଇଯାଇଥିବା ବାଇକ୍ । ଏହି ପାର୍ସଲକୁ ଖୋଦ୍ ଚୋରି କରିଥିବା ସ୍ୱାଭିମାନୀ ଚୋର ପଠାଇଛି । ଗାଡି ମାଲିକଙ୍କୁ ମିଳିଛି ତାଙ୍କ ଚୋରା ଗାଡି । ଏଭଳି ଘଟଣା ଘଟିଛି ତାମିଲନାଡୁର ସୁଲ୍ଲୁର ଜିଲ୍ଲାରେ ।
କୋଏମ୍ବଟୁରରେ ଏକ ଚା ଦୋକାନରେ କାମ କରୁଥିବା ଜଣେ ପ୍ରଶାନ୍ତ ନାମକ ବ୍ୟକ୍ତି ନିଜ ସ୍ତ୍ରୀ ପିଲାଙ୍କୁ ଘରକୁ ଆଣିବା ପାଇଁ ବାଇକ ଚୋରି କରିଥିଲେ । ହେଲେ ୨ଶହ କିଲୋମିଟର ଯାତ୍ରା କରି ଘରେ ପହଂଚିବା ପରେ ବାଇକକୁ ପୁଣି ତା’ର ମାଲିକଙ୍କୁ ପାଖକୁ ପାର୍ସଲରେ ପହଂଚାଇ ଦେଇଛନ୍ତି ପ୍ରଶାନ୍ତ ।
କୋଏମ୍ବଟୁରର ପାଖ ଗାଁରେ ରହୁଥିବା ପ୍ରଶାନ୍ତ ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କୁ ଘରକୁ ଆଣିବା ପାଇଁ ଚାହୁଁଥିଲେ । ହେଲେ ଲକଡାଉନ୍ ଯୋଗୁଁ ସେ ହାତ ବାନ୍ଧି ବସିଥିଲେ । ତାଙ୍କ ପାଖରେ କୌଣସି ସୁବିଧା ନଥିଲା । କୌଣସି ଗାଡି ଚଳାଚଳ ମଧ୍ୟ ହେଉନଥିଲା । ଏଥିପାଇଁ ସେ ବାଧ୍ୟ ହୋଇ ବାଇକ ଚୋରି କରିଥିଲେ ।
ସେପଟେ ୧୮ ମେ’ରେ ଚୋରି ହୋଇଥିବା ବାଇକ୍୨୯ ମେ’ରେ ଠିକ୍ଠାକ ଭାବେ ଗାଡି ମାଲିକ ସୁରେଶ କୁମାରଙ୍କୁ ମିଳିଯାଇଥିଲା । ଗାଡି ପାର୍ସଲରେ ଆସିବା ଖବର ଶୁଣି ସୁରେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ଚୋରା ଗାଡିକୁ ପୁଣି ଫେରି ପାଇ ସେ ଖୁସି ମଧ୍ୟ ହୋଇଥିଲେ ।
Comments are closed.