ବ୍ରହ୍ମପୁର: ବ୍ରହ୍ମପୁର ସହର ଗାନ୍ଧୀନଗର ୪ର୍ଥ ଲେନରେ ଥିବା ମଦୁରା ମାଇକ୍ରୋଫାଇନାନ୍ସ କମ୍ପାନୀରେ ୮ ଲକ୍ଷ ଟଙ୍କା ଠକେଇ ଘଟଣାରେ ଏହାର ମ୍ୟାନେଜର ରଶ୍ମୀତା ବେହେରା(୩୫)ଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ଏହି ଠକେଇ ଘଟଣାରେ ଅନ୍ୟତମ ଅଭିଯୁକ୍ତ ଥିବା ତଥା ବ୍ରହ୍ମପୁର ଶାଖାର କେନ୍ଦ୍ର ମ୍ୟାନେଜର ବଳରାମ ବେହେରା ବର୍ତ୍ତମାନ ସୁଧା ଫେରାର ଥିବା ସୂଚନା ମିଳିଛି।
ସୂଚନା ଯୋଗ୍ୟ ଯେ, ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ ଏହାର ଶାଖା କାର୍ଯ୍ୟାଳୟ ଖୋଲି ଗୋଷ୍ଠୀଗତ ଋଣ ସମେତ ବ୍ୟକ୍ତିଗତ ଋଣ ଦେଇ ପରବର୍ତ୍ତୀ ସମୟରେ କିସ୍ତି ଅନୁସାରେ ଟଙ୍କା ଆଦାୟ କରୁଛି। ଏହି ଫାଇନାନ୍ସ କମ୍ପାନୀର ବ୍ରହ୍ମପୁର ଗାନ୍ଧୀନଗର ୪ର୍ଥ ଲାଇନରେ ମଧ୍ୟ ଏକ ଶାଖା କାର୍ଯ୍ୟାଳୟ ରହିଛି। ଏହି ଶାଖାରେ ଗଞ୍ଜାମ ଜିଲା ସୁରଙ୍ଗିର ରଶ୍ମୀତା ବେହେରା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ବେଳେ ଦିଗପହଣ୍ଡିର ବଳାରାମ ବେହେରା(୨୭) କେନ୍ଦ୍ର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଉଭୟ ନିଜ କ୍ଷମତା ବଳରେ କମ୍ପାନୀ ପକ୍ଷରୁ ବିଭିନ୍ନ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଋଣ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ କିସ୍ତି ଟଙ୍କା ମଧ୍ୟ ଆଦାୟ କରିଥିଲେ। ହେଲେ ଆଦୟ ହୋଇଥିବା ଋଣ ଟଙ୍କା କମ୍ପାନୀରେ ଜମା ନକରି ନିଜ ପାଖରେ ରଖି ଦେଇଥିଲେ। ମହିଳା ମ୍ୟାନେଜର ରଶ୍ମୀତା କମ୍ପାନୀର ୩ ଲକ୍ଷ ୧୩ ହଜାର ୪୧୮ ଟଙ୍କା ଆତ୍ମସାତ କରିଥିବା ବେଳେ କେନ୍ଦ୍ର ମ୍ୟାନେଜର ଜଣଙ୍କ ୫ ଲକ୍ଷ ୧୭୬୮ ଟଙ୍କା ଆତ୍ମସାତ କରିଦେଇଥିଲେ। ଉଭୟ ମ୍ୟାନେଜର ମୋଟ ୮ ଲକ୍ଷ ୧୫ ହଜାର ୧୮୬ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିବା ପରେ କମ୍ପାନୀର ଉପରିସ୍ଥ ଅଧିକାରୀମାନେ ଉଭୟ ମ୍ୟାନେଜରଙ୍କୁ ତାଗିତ କରିବା ସହ ସମସ୍ତ ଟଙ୍କା ଜମା କରିବାକୁ କହିଥିଲେ। ସେହିକ୍ରମରେ ମହିଳା ମ୍ୟାନେଜର ରଶ୍ମୀତା ନିଜେ ସମସ୍ତ ଟଙ୍କା ଏକାଠି କରି କମ୍ପାନୀରେ ଜମା କରିବେ ବୋଲି ନିଜ ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଜଣାଇଥିଲେ। ହେଲେ ସେ ୮ ଲକ୍ଷ ବଦଳରେ ମାତ୍ର ୧୫ ହଜାର ଟଙ୍କା ହିଁ ଜମା କରିଥିଲେ। ଆଉ ଏହାର କିଛି ଦିନ ପରେ ଉଭୟ ମ୍ୟାନେଜର ନିଜ କାର୍ଯ୍ୟାଳୟକୁ ଆସିନଥିଲେ। କମ୍ପାନୀ ଅଧିକାରୀମାନେ ଉଭୟଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କମ୍ପାନୀର ଟଙ୍କା ଆତ୍ମସାତ କରିଥିବା ଏହି ଦୁଇ ମ୍ୟାନେଜରଙ୍କୁ ଗିରଫ କରି ଟଙ୍କା ଆଦାୟ କରିବାକୁ କମ୍ପାନୀର ଏରିଆ ମ୍ୟାନେଜର ରାମଚନ୍ଦ୍ର ବାରିକ ଟାଉନ ଥାନାରେ ଏତଲା ଦେବା ପରେ ପୁଲିସ ନଂ ୪/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗୁରୁବାର ରଶ୍ମୀତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
BREAKING NEWS
- Salman Khan: ଫ୍ୟାନ୍ସଙ୍କୁ ଚମକାଇଲେ ଭାଇଜାନ୍! ହାଫ୍ ପ୍ୟାଣ୍ଟ ପିନ୍ଧି YouTubeରେ ଏଣ୍ଟ୍ରି କଲେ ସଲମାନ ଖାନ୍, ଛାଡ଼ିଦେବେ କି ଅଭିନୟ?
- ଦିଲ୍ଲୀ ମୁହାଁ CJP ସମର୍ଥକ; ଆନ୍ଦୋଳନ ଅଟକାଇବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର କଡ଼ା ନିର୍ଦ୍ଦେଶ
- Vote Chori Proof: ସିଇସିଙ୍କ ଇସ୍ତଫା ଦାବିରେ ରାଷ୍ଟ୍ରପତିଙ୍କୁ ଭେଟିଲା ଇଣ୍ଡି ମେଣ୍ଟ, ଭୋଟ ଚୋରିର ପ୍ରମାଣ ମାଗିଲେ ମହାମହିମ, ରାହୁଲ କହିଲେ…
- Low Pressure: ବଙ୍ଗୋପସାଗରରେ ୧୩ରେ ଲଘୁଚାପ! ଭିଜିବ ଦଶହରା ନା ପାଗ ରହିବ ଶୁଖିଲା? ଆସିଲା ବଡ଼ ଅପଡେଟ୍
- SI Recruitment Scam: ଏସ୍ଆଇ ନିଯୁକ୍ତି ଦୁର୍ନୀତିରେ ଇଡିର ବଡ଼ ଆକ୍ସନ୍! କୋଟି କୋଟି ଟଙ୍କାର ମନି ଟ୍ରେଲ୍ ଖୋଜୁଛି ତଦନ୍ତକାରୀ ସଂସ୍ଥା, ମୁନା ମହାନ୍ତିଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍
- Student Polls: ଜେନ୍-ଜିଙ୍କୁ ଡରୁଛି ବିଜେପି? ଛାତ୍ର ସଂସଦ ନିର୍ବାଚନରେ ପକ୍ଷପାତ ଅଭିଯୋଗ, ରାସ୍ତାକୁ ଓହ୍ଲାଇବ ବିଜେଡି!
- Delhi on High Alert: ଦିଲ୍ଲୀରେ ହାଇଆଲର୍ଟ! ୪୫ ମେଟ୍ରୋ ଷ୍ଟେସନ୍ ବନ୍ଦ, ୬୬ରୁ ଅଧିକ ଟ୍ରେନ୍ ବାତିଲ୍, ହଜାର ହଜାର ସୁରକ୍ଷାକର୍ମୀଙ୍କ ନଜର; CJP ପ୍ରଦର୍ଶନ ପୂର୍ବରୁ ରାଜଧାନୀରେ ଅଭୂତପୂର୍ବ ସୁରକ୍ଷା
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ

Comments are closed.