Latest Odisha News

ଏସିଆନ୍ ଟିଟି ଚାମ୍ପିୟନଶିପରୁ ବାଦ ପଡିଲେ ମନିକା

ନୂଆଦିଲ୍ଲୀ: ଏସିଆନ୍ ଟେବୁଲ ଟେନିସ ଚାମ୍ପିୟନଶିପରୁ ବାଦ୍ ପଡିଛନ୍ତି ଭାରତର ଷ୍ଟାର ଖେଳାଳି ମନିକା ବାତ୍ରା । ଦୋହାରେ ଏହି ଇଭେଂଟ ୨୮ ସେପ୍ଟେମ୍ବରରୁ ଆରମ୍ଭ ହେବ । ମନିକାଙ୍କ ସ୍ଥାନରେ ସୁତୀର୍ଥ ମୁର୍ଖାଜୀ ଦଳର ନେତୃତ୍ୱ ନେବେ । ପୁରୁଷ ଟିମର ନେତୃତ୍ୱ ମାନବ ଠକ୍କର ତୁଲାଇବେ । ରାଷ୍ଟ୍ରୀୟ ଶିବିରରେ ମନିକା ଯୋଗ ଦେଇ ନ ଥିବାରୁ ତାଙ୍କୁ ଶୃଙ୍ଖଳାଗତ କାରଣ ବାଦ୍ ଦିଆଯାଇଛି । ପୂର୍ବରୁ ଭାରତୀୟ ଟେବୁଲ ଟେନିସ ମହାସଂଘ ସ୍ପଷ୍ଟ କରିଥିଲା ଯେ, ଜାତୀୟ ଶିବିରରେ ଯେଉଁ ଖେଳାଳି ଯୋଗ ନ ଦେବେ ସେମାନଙ୍କୁ ଚୟନ କରାଯିବ ନାହିଁ । ମନିକା କିନ୍ତୁ ବ୍ୟକ୍ତିଗତ କୋଚ ସହ ଅଭ୍ୟାସ ଜାରୀ ରଖିବେ ବୋଲି କହିଥିଲେ ।

କୋଚ ସୌମ୍ୟଦୀପ ରାୟ ଓ ମନିକାଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ସୌମ୍ୟଦୀପଙ୍କ ବିରୋଧରେ ମନିକା ମ୍ୟାଚ ଫିକ୍ସିଂ ଅଭିଯୋଗ ଆଣିଥିଲେ । ଟିଟିଏଫଆଇ ଏହି ଘଟଣାର ତଦନ୍ତ ପାଇଁ ୫ଜଣିଆ ସମିତି ଗଠନ କରିଛି ।

Leave A Reply

Your email address will not be published.