Latest Odisha News

BREAKING NEWS

ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୦ ମସିହାର ଅପରାଧ ତଥ୍ୟ । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ସାରା ଦେଶରେ ୨୦୨୦ ମସିହାରେ ଘଟିଥିବା ଅପରାଧର ତଥ୍ୟ ପ୍ରକାଶ ପାଇଛି । ଗତବର୍ଷ ସାରା ଦେଶରେ ୨୯ ହଜାର ୧୯୩ଟି ହତ୍ୟା ମାମଲା ରୁଜୁ ହୋଇଛି । ୨୦୧୯ ତୁଳନାରେ ଏହା ୧ ପ୍ରତିଶତ ବୃଦ୍ଧି ପାଇଛି । ଦଙ୍ଗା ଓ ଗୋଷ୍ଠୀ ସଂଘର୍ଷ ୨୦୧୯ ଅପେକ୍ଷା ବହୁ ମାତ୍ରାରେ ବୃଦ୍ଧି ପାଇଛି । ୨୦୧୯ ମସିହାରେ ଏହି ସଂଖ୍ୟା ୫୧ ହଜାର ୬୦୬ ଥିବା ବେଳେ, ୨୦୨୦ରେ ଏହା ବୃଦ୍ଧି ପାଇ ୭୧ ହଜାର ୧୦୭ରେ ପହଞ୍ଚିଛି ।

ସେହିପରି ଶିଶୁ ଅପହରଣ ଓ ମୁଣ୍ଡଜାମିନ ରଖିବା ଘଟଣା ବୃଦ୍ଧି ପାଇଛି । ଜାତିଆଣ ମାମଲା ୨୦୧୯ ତୁଳନାରେ ଗତବର୍ଷ ସାରା ଦେଶରେ ବୃଦ୍ଧି ପାଇଛି । ୨୦୨୦ରେ ୫୦ ହଜାର ୩୫ଟି ସାଇବର ଠକେଇ ମାମଲା ଆସିଛି । ପରିବେଶ ସମ୍ବର୍ଦ୍ଧିତ ଅପରାଧ ପୂର୍ବ ବର୍ଷ ତୁଳନାରେ ୭୮ ପ୍ରତିଶତ ବୃଦ୍ଧି ପାଇଛି । କିନ୍ତୁ ୨୦୧୯ ତୁଳନାରେ ଦେଶରେ ଜମିବାଡ଼ି ସଂକ୍ରାନ୍ତୀୟ ମାମଲା କମିଛି । କିନ୍ତୁ ଅନ୍ୟ ଏକ ଚିନ୍ତାଜନକ ପ୍ରସଙ୍ଗରେ ଦେଶରେ ନକଲି ନୋଟ କାରବାର ପୂର୍ବ ବର୍ଷ ତୁଳନାରେ ୧୯୦ ପ୍ରତିଶତ ବୃଦ୍ଧି ପାଇଥିବା ଏନସିଆରବି ରିପୋର୍ଟରେ ପ୍ରକାଶ ପାଇଛି ।

ଗୁରୁତ୍ବପୂର୍ଣ୍ଣ କଥା, ରାଜ୍ୟରେ ବୃଦ୍ଧି ପାଇଛି ମହିଳା ବିରୋଧୀ ଅପରାଧ ଘଟଣା । ଅର୍ଥାତ ସାରା ଦେଶରେ ମହିଳା ବିରୋଧୀ ଅପରାଧରେ ଦ୍ବିତୀୟରେ ରହିଛି ଓଡ଼ିଶା । ୨୦୧୯ରେ ଏହି ସଂଖ୍ୟା ୨୩ ହଜାର ୧୮୩ ଓ ୨୦୧୮ରେ ୨୦ ହଜାର ୨୭୪ ଥିଲା । ହେଲେ ୨୦୨୦ରେ ମହିଳାଙ୍କ ବିରୋଧରେ ମୋଟ୍ ଅପରାଧ ହାର ଥିଲା ୧୧୨.୯ । ସେହିପରି ୨୦୨୦ରେ ୧୭ ଜଣ ନାବାଳିକାଙ୍କ ସମେତ ସମୁଦାୟ ୧୨୧୧ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏହାସହ ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି ୨୦ ଜଣ ଶିଶୁ । ଅପରାଧରେ ଓଡ଼ିଶାରେ ୨୦୧୮ରେ ୫୨୧୭ଟି ମାମଲା ଥିବା ବେଳେ, ୨୦୧୯ରେ ୭୦୧୨ ଓ ୨୦୨୦ ମସିହାରେ ୬୩୩୦ ଶିଶୁ ଅପରାଧ ମାମଲା ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.