Latest Odisha News

BREAKING NEWS

ମଣିପୁର ହିଂସା: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏନ୍‌ ବିରେନ ସିଂହ

ଇମ୍ଫାଲ୍: ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଜାତିଗତ ହିଂସା ରୋକିବାରେ ବିଫଳ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ  ଏନ୍ ବିରେନ ସିଂ। ଶୁକ୍ରବାର ଦିନ ୩ ଟାରେ ରାଜ୍ୟପାଳ  ଅନୁସୁୟା ଉଇକେଙ୍କୁ ଭେଟି ଇସ୍ତଫା ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ମିଳିଥିବା ରିପୋର୍ଟ ଅନୁଯାୟୀ ମୁଖ୍ୟମନ୍ତ୍ରୀ ବିରେନ ସିଂ ଇସ୍ତଫା ଦିଅନ୍ତୁ ନହେଲେ କେନ୍ଦ୍ର ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେବ ବୋଲି ବିକଳ୍ପ ଦିଆଯାଥିଲା। ଏଥିରେ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ରିପୋର୍ଟର ମିଳିବା ପରେ ଶୁକ୍ରବାର ଦିନ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଏବଂ ରାଜଭବନ ବାହାରେ ବହୁ ସଂଖ୍ୟାରେ ମହିଳା ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଛି। ଇସ୍ତଫା ନ ଦେଇ ଦଙ୍ଗାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳାମାନେ ଅନୁରୋଧ କରିଛନ୍ତି।

ମଣିପୁରରେ ପୁଣି ହିଂସା ଘଟଣାରେ ଗୁରୁବାର ଦିନ ସୁରକ୍ଷା ବାହିନୀ ଏବଂ ଦଙ୍ଗାକାରୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏସ୍‌ଟି କୋଟାକୁ ନେଇ ମଣିପୁରର ମାଇତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଜାତିଗତ ସଂଘର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ମାଇତେଇଙ୍କୁ ଏସ୍‌ଟି କୋଟାର ବିରୋଧ କରି କୁକୀ ଓ ଅନ୍ୟ ସମ୍ପ୍ରାଦୟମାନେ ଏକତା ଶୋଭାଯାତ୍ରା ବାହାର କରିଥିଲେ। ଏହାକୁ ବିରୋଧ କରି ହିଂସା ସୃଷ୍ଟି ହୋଇଥିଲା। ସେବେଟାରୁ ଏହା ଥମିବାର ନାଁ ନେଉ ନାହିଁ।

Leave A Reply

Your email address will not be published.