Latest Odisha News

BREAKING NEWS

କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିଲା ଛତିଶଗଡ଼

ସମ୍ବଲପୁର: ଉପର ମୁଣ୍ଡ଼ରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ ଖୋଲିଲା ଛତିଶଗଡ଼ । ସକାଳ ୯ଟା ସୁଦ୍ଧା କଲମା ବ୍ୟାରେଜ ଦେଇ ହିରାକୁଦକୁ ୭୨ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମହାନଦିକୁ ପ୍ରବେଶ କରୁଛି ୧.୧୮ ଲକ୍ଷ କ୍ୟୁସେକ ଜଳ ।

ସେପଟେ ପାଣି ମାଡ଼ି ଅାସୁଥିବାରୁ ବଢ଼ୁଛି ହିରାକୁଦର ଜଳସ୍ତର । ହିରାକୁଦ ଜଳଭଣ୍ଡ଼ାରରେ ଜଳସ୍ତର ବର୍ତ୍ତମାନ ୬୦୩.୬୭ ଫୁଟ ରହିଛି । ଅନ୍ୟପଟେ ଏବେ ଜଳଭଣ୍ଡ଼ାର ମଧ୍ୟକୁ ପ୍ରବେଶ କରୁଛି ୭୯ ହଜାର ୨୬୨ କ୍ୟୁସେକ ଜଳ ଓ ନିଷ୍କାସିତ ହେଉଛି ୨୯ହଜାର ୬୭୨ କ୍ୟୁସେକ ଜଳ ।

Leave A Reply

Your email address will not be published.