Latest Odisha News

BREAKING NEWS

ପୁଣି ଜଳିଲା ମଣିପୁର; ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ଲୁଟିନେଲେ ଗୁଳି ବାରୁଦ

ଇମ୍ଫାଲ: ପୁଣି ଥରେ ଜଳିଲା ମଣିପୁର। ଗୁରୁବାର ରାଜ୍ୟର ବିଷ୍ଣୁପୁର ସମେତ ବହୁ ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି। ମଣିପୁରର ସ୍ୱଦେଶୀ ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) କୁକି-ଜୋମି ସମ୍ପ୍ରଦାୟର ସମୁଦାୟ ୩୫ଟି ମୃତଦେହକୁ ଏକାସହ ସମାଧି ଦେବା ବିଷୟରେ ଆଲୋଚନା କରିଥିଲେ। ଏହି ସଂଗଠନ ଚୁରଚାନ୍ଦପୁର ଜିଲ୍ଲାରେ ଏସ୍. ବୋଲଜାଙ୍ଗ ଗାଁର ଏକ ଜମିରେ ମୃତଦେହକୁ ପୋତି ଦିଆଯିବା କଥା ଚର୍ଚ୍ଚା ହେଉଥିଲା। କିନ୍ତୁ ଏପରି ନକରିବାକୁ ପୋଲିସ ପକ୍ଷରୁ ଆବେଦନ କରାଯାଇଥିଲା।

ଗୁରୁବାର ସକାଳେ ଏହି ଜମିରେ ଲୋକେ ଯିବା ଆରମ୍ଭ କଲେ। ଫଳରେ ସାଧାରଣ ଲୋକ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ଫୋର୍ସ ଲୋକଙ୍କୁ ଏହି ଅଞ୍ଚଳକୁ ଆସିବାରେ ଅଟକାଇଥିଲା, ଏହା ପରେ ଜନତା ବହୁ ସଂଖ୍ୟାରେ ବିରୋଧ କରିଥିଲେ ଏବଂ ପଥର ମାଡ କରିଥିଲେ। ପରେ ସୁରକ୍ଷା ବାହିନୀ ଫାଙ୍କା ଗୁଳି ଚଳାଇ ଲୁହବୁହା ଗ୍ୟାସ ମଧ୍ୟ ଛାଡିଥିଲା। ଫଳରେ ପୁଣି ଥରେ ମଣିପୁର ଅଶାନ୍ତ ହେବା ସହ ଉତ୍ତେଜନାପୂର୍ଣ୍ଣ ସ୍ଥିତ ସୃଷ୍ଟି ହେଲା। ସୁରକ୍ଷା କର୍ମୀ ୭ ଅବୈଧ ବଙ୍କର ନଷ୍ଟ କରିଦେଇଥିବା ମଣିପୁର ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଅସମ୍ଭାଳ ଭିଡ ପ୍ରଥମେ ବିଷ୍ଣୁପୁର ଜିଲ୍ଲାର ଆଇଆରବି ୟୁନିଟ ଉପରେ ଅତର୍କିତ ଆକ୍ରମଣ କରି ଗୁଳି, ବାରୁଦ ସମେତ ବହୁ ମାରଣାସ୍ତ୍ର ଲୁଟି ନେବାକୁ ଉଦ୍ୟମ କରିଥିଲେ। କିନ୍ତୁ ସୁରକ୍ଷା କର୍ମୀ ତାଙ୍କୁ ଘଉଡ଼ାଇ ଦେଇଥିଲେ। ଏପରି ସ୍ଥିତିରେ ସଶସ୍ତ୍ର ବଳ ଓ ଉତ୍ତ୍ୟକ୍ତ ଲୋକଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯେଉଁଥିରେ ବହୁ ସୁରକ୍ଷା କର୍ମୀ ଗୁରୁତର ହୋଇଥିଲେ। ସ୍ଥିତି କ୍ରମଶଃ ଅନିୟନ୍ତ୍ରିତ ହେବା ସହ ଶହ ଶହ ସଂଖ୍ୟାରେ ରୁଣ୍ଡ ହୋଇଥିବା ଲୋକେ ହତିଆର, ଗୋଳା ବାରୁଦ ଲୁଟି ନେଲେ।

Leave A Reply

Your email address will not be published.